ପର ଭରଷାରେ କାମ ହୁଏ ନାହିଁ

ପର ଭରଷାରେ କାମ ହୁଏ ନାହିଁ

      ଗୋଟିଏ ବଗ କ୍ଷେତ ଭିତରେ ବସା ବନାଇ ରହି ଥିଲା । ସେହିଠାରେ ବଗଟି ମଧ୍ୟ ନିଜ ଛୁଆଙ୍କୁ ଲାଳନ ପାଳନ କରୁ ଥିଲା । ଯେତେବେଳେ କ୍ଷେତରେ ଧାନ ପାଚିଗଲା ବଗଟି ଚିନ୍ତା କରିବାକୁ ଲାଗିଲା । ବର୍ତ୍ତମାନ କ୍ଷେତରେ ଧାନ କାଟିବା ଚାଲିବ । ସେଥି ପାଇଁ ଏଠାରେ ରହିବା ତଥା ଛୁଆଙ୍କୁ ଲାଳନ ପାଳନ କରିବା ଅସମ୍ଭବ । କିନ୍ତୁ ଛୁଆ ମାନେ ବର୍ତ୍ତମାନ ସୁଦ୍ଧା ଉଡିବାକୁ ଶିଖି ନାହାଁନ୍ତି ସେଥି ପାଇଁ କିଛି ଦିନ ଏହି କ୍ଷେତରେ ରହିବାକୁ ପଡିବ । ସେ ଛୁଆ ମାନଙ୍କୁ କହିଲା – ମୁଁ ସବୁଦିନ ବସାରୁ ବାହାରକୁ ଯାଉଛି । ଏହି ସମୟରେ ଧାନ କାଟିବାକୁ କିସାନ୍ ମାନେ ଆସିବେ । ଆଉ ସେମାନେ ନାନା କଥା ଆଲୋଚନା କରିବେ । ତମେ ମାନେ ତାହା ଶୁଣିବ ଏବଂ ମୋତେ ଶୁଣାଇବ ଯାହା ଦ୍ୱାରା କି ତୁମ ମାନଙ୍କର ଭଲ ପାଇଁ ଠିକ୍ ଠିକ୍ କିଛି କାମ ମୁଁ କରି ପାରିବି ।

      ଦିନେ ବଗଟି ବସା ବାହାରକୁ ବାହାରି କିଛି କୀଟ ପତଙ୍ଗ ଆଣିବାକୁ ଯାଇଛି । କିଛି ସମୟ ପରେ ସେଠାରେ ଚାଷୀ ମାନେ ଆସି ଗଛ ଗୁଡିକ ଦେଖି ସେମାନେ କହିଲେ ଧାନ ପାଚି ଯାଇଛି । କାଟିବା ସମୟ ଉପସ୍ଥିତ ହୋଇ ଯାଇଛି । ଆଚ୍ଛା ଏବେ ଯାଉଛୁ । ପଡୋଶୀ ମାନଙ୍କୁ କହି ଦେବା । ସେମାନେ ଆସିବେ ଏବଂ ଧାନ କାଟି କରି ନେଇ ଯିବେ ।

      ଯେତେ ବେଳେ ବଗଟି ବସାକୁ ଫେରି ଆସିଲା ଛୁଆ ମାନେ ସେମାନେ ଶୁଣି ଥିବା ଚାଷୀ ମାନଙ୍କ କଥା ମା’ବଗଟିକୁ ଶୁଣାଇଲେ । ପୁଣି ତାହାକୁ କହିଲେ ଚାଲ କୌଣସି ଅନ୍ୟ ଜାଗାକୁ ପଳେଇ ଯିବା । ଜଣା ନାହିଁ କେତେ ବେଳେ ଚାଷୀ ମାନେ ଏଠାକୁ ଆସିବେ ଆଉ ଧାନ କାଟିବା ସହିତ ଆମ ଜୀବନ ମଧ୍ୟ ନେଇ ଯିବେ ।

         ବଗ କହିଲା – ବର୍ତ୍ତମାନ ଟିକେ ସୁଦ୍ଧା ଚିନ୍ତା କରିବାର କିଛି କାରଣ ନାହିଁ । ପୁଣି ଚାଷୀ ମାନେ ପଡୋଶୀଙ୍କ ସହିତ ଆସି ଧାନ କାଟିବାକୁ ବହୁତ ବିଳମ୍ବ ହେବ । ପଡୋଶୀ ମାନେ ନିଜ କ୍ଷେତରୁ ଧାନ କାଟିବା ପରେ ଯାଇ ଏମାନଙ୍କ କ୍ଷେତରୁ ଧାନ କାଟିବାକୁ ଆସିବେ ।

        କିଛି ଦିନ ପରେ ଚାଷୀ ମାନେ ପୁଣି କ୍ଷେତକୁ ଆସିଲେ । ସେମାନେ ଦେଖିଲେ କିଆରୀରେ ଥିବା ଗଛ ଗୁଡିକ ପୁରା ପୂରି ପାଚି ଯାଇଛି । ପରନ୍ତୁ ପଡୋଶୀ ମାନେ ଏବେ ପର୍ଯ୍ୟନ୍ତ ଏହି କିଆରୀରେ ହାତ ଦେଇ ନାହାଁନ୍ତି । ସେମାନଙ୍କୁ ଭରଷା କରିବା ବ୍ୟର୍ଥ ହେବ । ଆଚ୍ଛା, ଚାଲ, ଭାଇ ମାନଙ୍କୁ କହି କରି ଦେଖିବା । ବୋଧ ହୁଏ ସେମାନେ ଆସି ଧାନ ଗଛ କାଟି ନେବେ ।

         ସଞ୍ଜ ବେଳେ ବଗ ବସାକୁ ଫେରି ଆସିଲା ପରେ ଛୁଆ ମାନେ ପୂର୍ବ ପରି ଚାଷୀ ମାନେ ହେଉଥିବା କଥା ବାର୍ତ୍ତାକୁ ମା’ବଗକୁ କହିଲେ । ପୁଣି ଛୁଆ ମାନେ ତାଙ୍କ ମାଆଙ୍କୁ କହିଲେ ବର୍ତ୍ତମାନ ତୁମେ ଆମ ମାନଙ୍କୁ ଅନ୍ୟ ଯାଗାକୁ ନେଇ ଚାଲ । ଅବିକା କୃଷକ ଭାଇ ମାନେ ଏଠାରେ ଆସି ଧାନ କାଟିବେ । ଆଉ ଆମ୍ଭ ମାନଙ୍କ ପ୍ରାଣ ସଙ୍କଟରେ ପଡିବ ।

        ବଗ ସେମାନଙ୍କୁ ବୁଝେଇ ବାକୁ ଲାଗିଲେ । ପାଗଳ ହୋଇ ଯାଇ ନ ତ? ଏଥିରେ ଚିନ୍ତା କରିବାର କୌଣସି କାରଣ ନାହିଁ । ବର୍ତ୍ତମାନ ତ ସେମାନେ ସେମାନଙ୍କ କିଆରୀରେ ଧାନ କାଟୁ ଛନ୍ତି । କିନ୍ତୁ ସେମାନେ କାହିଁକି ନିଜ କିଆରୀକୁ ଛାଡି ଅନ୍ୟ କିଆରୀର ଧାନକୁ କାଟିବାକୁ ଆସିବେ ।

         ଦୁଇ – ତିନି ଦିନ ପରେ ଚାଷୀ ମାନେ ପୁଣି କିଆରୀକୁ ଆସିଲେ । ସେମାନେ କିଆରୀକୁ ଦେଖି କହିଲେ ବର୍ତ୍ତମାନ ତ ଧାନ ଏଭଳି ପାଚି ଯାଇଛି ଯେ ସେଥିରୁ ଧାନ ସବୁ ଝଡି ଯାଉଛି । କିନ୍ତୁ ଭାଇ ମାନେ ଧାନକୁ କାଟିବାର କୌଣସି ବ୍ୟବସ୍ଥା କଲେ ନାହିଁ । ଯଦି ଏପରି ଆହୁରି ଡେରି ହୁଏ, ତେବେ ଆମକୁ ହିଁ କ୍ଷତି ସହିବାକୁ ପଡିବ । ଏଥି ପାଇଁ ବର୍ତ୍ତମାନ କା ମୁହଁକୁ ଚାହିଁ ରହିବା ବ୍ୟର୍ଥ ହେବ । ବର୍ତ୍ତମାନ ମୁଁ ଆଉ କାହା ଉପରେ ଭରଷା କରିବି ନାହିଁ ଆଉ କାଲି ସକାଳୁ କ୍ଷେତରେ ଲାଗି ପଡିବି କିଆରୀର ଧାନ ସବୁ କାଟିବା ପାଇଁ ।

        ଆଜି ମଧ୍ୟ ବଗ ଆସିବା ସାଂଗେ ସାଂଗେ ଛୁଆ ମାନେ ପୂର୍ବ ପରି ଚାଷୀ ମାନେ କହି ଥିବା କଥାକୁ କହିଲେ । ଛୁଆ ମାନେ ଆଗ୍ରହର ସହିତ କହିଲେ ମା’ ବର୍ତ୍ତମାନ ସମୟ ହୋଇଛି ଏହି ଜାଗାକୁ ଛାଡି ଅନ୍ୟ ସୁରକ୍ଷିତ ସ୍ଥାନକୁ ପଳାଇ ଯିବା କାରଣ ଆମର ଜୀବନ ବର୍ତ୍ତମାନ ସଙ୍କଟା ପୂର୍ଣ୍ଣ । କାହିଁକି ଅଯଥାରେ ଆମେ ଆମ ଜୀବନକୁ ସଙ୍କଟା ପୂର୍ଣ୍ଣ ହେବାକୁ ଦେବା?

     ବଗ କହିଲା – ହାଁ ! ବର୍ତ୍ତମାନ ଯିବା । ସକାଳ ହେବା ପରେ ପରେ ଆମେ ଏହି ଯାଗା ଛାଡି ଦେବା । ବର୍ତ୍ତମାନ ଚାଷୀ ମାନେ ବୁଝି ଗଲେ କି ନିଜ କାମ ପର ଭରଷାରେ ହୁଏ ନାହିଁ । ଏଥି ପାଇଁ ସେମାନେ କାଲି ଅବଶ୍ୟ କ୍ଷେତରୁ ଧାନ କାଟିବାକୁ ଆସିବେ ।

Share to...