Showing 37-45 of 62 results
ଅଶୁଭ ଗୃହ
ଅଶୁଭ ଗୃହ ସୂର୍ଯ୍ୟାସ୍ତ ସମୟରେ ଅରଣ୍ୟ ମାର୍ଗରେ ଜଣେ ମଧ୍ୟବୟସ୍କ ବ୍ୟକ୍ତି ଯାଉଥିଲେ । ମୁହଁରେ ତାଙ୍କର ଉଦାସ ଭାବ । ରହି ରହି ସେ ଚାରିଆଡକୁ ଚାହୁଁଥିଲେ; ମନକୁ ମନ କିଛି କଥା ମଧ୍ୟ ସେ କହୁଥାନ୍ତି । ହଠାତ୍ ଜଣେ ବୁଢା ଉଚ୍ଚ ସ୍ୱରରେ କାନ୍ଦି କାନ୍ଦି ଆସି ତାଙ୍କ ନିକଟରେ ପହଁଚିଲା । ବ୍ୟକ୍ତି ଜଣକ ବୁଢାକୁ ପଚାରିଲେ,…
ପ୍ରକୃତ ସୁସଙ୍ଗାତ
ପ୍ରକୃତ ସୁସଙ୍ଗାତ ଅଗନା ଅଗନି ବନସ୍ତ । ସେହି ବନସ୍ତରେ ଗୋଟିଏ ବିରାଟକାୟ ଶାଳ୍ମଳୀ ବୃକ୍ଷ ଥିଲା । ଚତୁର କାଉ ସମସ୍ତ ପ୍ରକାର ବିପଦକୁ ଆଖି ଆଗରେ ରଖି ସେହି ଶାଳ୍ମଳୀ ବୃକ୍ଷରେ ତା’ର ରହିବାର ବସାଟି ନିର୍ମାଣ କରି ରହୁଥାଏ । ସେହି ବୃକ୍ଷ ମୂଳରେ ଗୋଟିଏ ଉଚ୍ଚିଆ ଜାଗା ଥିଲା । ସେହି ଜାଗାରେ ମୂଷାଟିଏ ଗାତ ଗୋଟିଏ କରି ରହିଥାଏ…
ମେଘବର୍ଣ୍ଣ ଓ ଅରିମର୍ଦ୍ଧନ କଥା
ମେଘବର୍ଣ୍ଣ ଓ ଅରିମର୍ଦ୍ଧନ କଥା ବହୁ ପ୍ରାଚୀନ କାଳର କଥା । ଦାକ୍ଷିଣାତ୍ୟ ନାମକ ଗୋଟିଏ ରାଜ୍ୟ ଥିଲା । ସେହି ରାଜ୍ୟଟି ଜନବସତି ଠାରୁ ଅଧିକ ଭାବରେ ଅରଣ୍ୟରେ ପୂର୍ଣ୍ଣଥିଲା । ସେହି ଅରଣ୍ୟ ନିକଟସ୍ଥ ମହିଳାରୋପ୍ୟ ନାମକ ନଗରର ଉପକଣ୍ଠରେ ଥିଲା ଏକ ବିଶାଳ ବଟବୃକ୍ଷ । ବୃକ୍ଷଟିରେ ଡାଳପତ୍ର ପ୍ରବଳଥିବାରୁ ନିମ୍ନସ୍ଥ ସ୍ଥାନଟି ଖୁବ୍ ଛାୟା…
ଦୋମୁହାଁ ବିଚାର
ଦୋମୁହାଁ ବିଚାର ଘଞ୍ଚ ଅରଣ୍ୟ । ତା’ ମଧ୍ୟରେ ବହୁ ଜାତିର ଫଳ ଫୁଲ, ଲତାଦି ବୃକ୍ଷରେ ପୂର୍ଣ୍ଣ ହୋଇ ରହିଥାଏ । କେତେ ଜାତିର ସାତ ରଙ୍ଗରେ ଫୁଲ ସବୁ ବୃକ୍ଷରେ ଫୁଟି ହସୁଥାଏ । ନାଲି ହଳଦୀ ଆଉ ସବୁଜ ରଙ୍ଗର ପେନ୍ଥା ପେନ୍ଥା ଫଳ ମଧ୍ୟ ଝୁଲୁଥାଏ । ତେବେ କହିବାକୁ ଗଲେ ତାହା ଏପରି ଏକ ଅରଣ୍ୟ ଯେ…
ପ୍ରତାପଙ୍କ ଉପବାସ
ପ୍ରତାପଙ୍କ ଉପବାସ (ବେତାକ କାହାଣୀ) ଏଣେ ନିଶା ଗରଜୁଥାଏ । ବାହାରେ ତେଣେ ତୁହାକୁ ତୁହା ଶୀତଳ ପବନ ସାଙ୍ଗକୁ ଝିପିଝିପି ବର୍ଷା ମଧ୍ୟ ହେଉଥାଏ । ଠିକ୍ ସେହି ସମୟରେ ଆଖପାଖର ଅରଣ୍ୟ ଭିତରୁ ସାଇଁ ସାଇଁ ଶବ୍ଦ ଭାସି ଆସୁଥାଏ । ଘଡଘଡି ଓ ଶ୍ୱାନ ଶ୍ୱାପଦଙ୍କ ରଡି ମଝିରେ ଅଶରିରୀମାନଙ୍କ ଅଟ୍ଟହାସ୍ୟ ବି ଶୁଭୁଥାଏ । ଘନ ଘନ ବିଜୁଳି ଆଲୁଅରେ…
ନିଷ୍ପତି ବଦଳ
ନିଶା ଗରଜୁଥାଏ । ତୁହାକୁ ତୁହା ବର୍ଷା ହେଉଥାଏ । ଶ୍ୱାନଶ୍ୱାପଦଙ୍କ ରଡି ସାଙ୍ଗକୁ ଅଶରୀରୀମାନଙ୍କ ଅଟ୍ଟହାସ୍ୟ ମଧ୍ୟ ଶୁଭୁଥାଏ । ବିଜୁଳି ଆଲୁଅର ଝଲକରେ ଭୟାବହ ମୁହଁଟିମାନ ଦିଶିଯାଉଥାଏ । କିନ୍ତୁ ରାଜା ବିକ୍ରମାର୍କ ତିଳେ ହେଲେ ମଧ୍ୟ ବିଚଳିତ ନହୋଇ ପୁନର୍ବାର ବୃକ୍ଷାରୋହଣ କରି ଶବଟିକୁ ଉତାରି ଆଣିଲେ । ତା’ପରେ ତାକୁ କାନ୍ଧରେ ପକାଇ ଶୂନ୍ଶାନ୍ ଶ୍ମଶାନପଥ ଅତିକ୍ରମ କରିବାକୁ ଆରମ୍ଭ…
ପୁନର୍ମୂଷିକ ଭବ
ପ୍ରାଚୀନ କାଳର କଥା । ଗଙ୍ଗା ନାମକ ନଦୀ କୂଳବର୍ତ୍ତି ସ୍ଥାନରେ ଜଣେ ଋଷିଙ୍କର ଆଶ୍ରମ ଥିଲା । ସେହି ଋଷିଙ୍କର ନାମ ହେଉଛି ସାନ୍ଧିପର୍ଣ୍ଣି । ଋଷି ପ୍ରତିଦିନ ପୁଣ୍ୟନଦୀ ଗଙ୍ଗାରେ ସ୍ନାନ ସାରି ଆଦିତ୍ୟ ଦେବତାଙ୍କ ଉଦ୍ଧେଶ୍ୟରେ ଜଳ ସମର୍ପଣ କରିଥାଆନ୍ତି । ଦିନକର କଥା । ଋଷି ସାନ୍ଦିପର୍ଣ୍ଣି ଗଙ୍ଗା ନଦୀରେ ସ୍ନାନାଦି କାର୍ଯ୍ୟ ସମାପନ କରି ଆଦିତ୍ୟଙ୍କୁ ଜଳ…
ସିଂଧୁକପକ୍ଷୀର ସ୍ୱର୍ଣ୍ଣ ପୁରୀଷ
କୌଣସି ଏକ ବିଶାଳ ବନସ୍ତ ଥିଲା । ସେହି ବନସ୍ତ ମଧ୍ୟରେ ଥିଲା ବିଶାଳ ବୃକ୍ଷଟିଏ । ବୃକ୍ଷଟି ବନସ୍ତର ଖୁବ୍ ଶୋଭାବର୍ଦ୍ଧନ କରୁଥିଲା । ସେପରି ଏକ ବିଶାଳବୃକ୍ଷ ଅନ୍ୟ କୌଣସି ବନସ୍ତରେ ଦେଖାଯାଉନଥିଲା । କାରଣ ଏହି ବିଶାଳ ବୃକ୍ଷ ଏପରି ଏକ ବିଶାଳ ବନସ୍ତରେ ରହିବାରେ କୌଣସି ଏକ ବିଶେଷ କଥାକୁ ଧରି ରହିଥିଲା । …
ସୋମିଲାକ୍ ତନ୍ତ୍ରୀ କଥା
ବହୁ ପୁରାକାଳର କଥା । ଗୋଟିଏ ନଗରୀରେ ‘ସୋମିଲାକ୍’ ନାମକ ଏକ ତନ୍ତୀ ବାସ କରୁଥିଲା । ଲୁଗା ବୁଣି ସେ ନିଜର ଗୁଜୁରାଣ ମେଂଟାଏ । ସେ ବୁଣୁଥିବା ଲୁଗା ଗୁଡିକ ଏତେ ଉତ୍କୃଷ୍ଟମାନର ଥିଲା ଯେ ରାଜା ମଧ୍ୟ ଏହା ପିନ୍ଧିବାକୁ ସବୁ ସମୟରେ ଚାହୁଁଥିଲେ । କିନ୍ତୁ ସେ ତା’ର କାର୍ଯ୍ୟ ଅନୁଯାୟୀ ପାରିଶ୍ରମିକ ପାଉ ନଥିଲା । ଅନ୍ୟ ତନ୍ତୀମାନେ କିନ୍ତୁ ନିକୃଷ୍ଟ ମାନର…
ଦୂରଦୃଷ୍ଟି
ଦୂରଦୃଷ୍ଟି ହରିପୁର ଗ୍ରାମରେ ନାଗେଶ୍ୱର ନାମକ ଜଣେ ସାଧାରଣ ପରିବାରର ଲୋକ ରହୁଥିଲେ । ତାଙ୍କର ପତ୍ନୀ ଓ ଦୁଇଟି ସନ୍ତାନ ଥିଲେ । ଏକମାତ୍ର ଭଉଣୀର ବିବାହ ସୁଗନ୍ଧପୁର ନିବାସୀ ବର୍ଦ୍ଧନଙ୍କ ସହିତ ହୋଇ ସାରିଥାଏ । ତେଣୁ ସେ ତା’ ଶ୍ୱଶୁର ଘରେ ଥାଏ । ବର୍ଦ୍ଧନ ମଧ୍ୟ ସାଧାରଣ ପରିବାରର ଅଟନ୍ତି । କିଛି ଦିନ…