ଓଡିଆ କ୍ଷୁଦ୍ରଗଳ୍ପ
- All
- AMA KUNAKUNI MAGAZINE
- award
- CELEBRATION
- distrubution
- Hingula Library
- Inaguration
- LIBRARY
ସ୍କୁଟର ତମକୁ କିଏ କହିଲା ଏ ଭଙ୍ଗା ସ୍କୁଟର ଚଢି ମୋ ହଷ୍ଟେଲ ପାଖକୁ ଆସିବାକୁ? ମୋତେ ଫୋନ୍ କରିଥିଲେ ମୁଁ ଅଧାବାଟ ଯାଏଁ ଚାଲି ଯାଇଥାନ୍ତି। ହେଉ ଦିଅ ଦିଅ ପଇସା ଦେଇ ଜଲଦି ଏଠୁ ପଳାଅ। ମୋ ସାଙ୍ଗ ମାନେ କାଳେ ଆସିଯିବେ। ଆଉ ତୁମର ଏ ଭଙ୍ଗା ସ୍କୁଟର ଦେଖି ସେମାନେ ମୋ’ର ମଜା ଉଡେଇବେ। ପୁଅ ସଞ୍ଜୟ ମୁହଁରୁ ଏପରି କଥା ଶୁଣି ନବୀନ ଙ୍କ ହସ ହସ ମୁହଁଟି ଏକଦମ୍ ମଉଳି ଯାଇଥିଲା। ତୁ ଖାଇଛୁ ଟି ବା…..? ତୋ ମୁହଁଟା ଏମିତି ଶୁଖି କଳାକାଠ...
ଅଳ୍ପ ଦିନର ସାଥି ଅଜଣା ରାସ୍ତାରେ ଚାଲୁ ଚାଲୁ ଝୁଣ୍ଟି ପଡିବାର ସମ୍ଭାବନା ଅନିର୍ବାଜ। ଅଜଣା ରାସ୍ତାଟି ଯଦି କଣ୍ଟକିତ ଓ ଅଣଓସରିଆ ହୋଇଥାଏ, ତ ସରିଗଲା କଥା। କେଉଁ ମୁହୂର୍ତ୍ତରେ ସମୟ ଆସି ଠେଲି ଦେଇ ଯିବ କିଛି ଠିକଣା ନାହିଁ । ଏମିତି ଏକ ରାସ୍ତାରେ ଦିନେ ଚାଲିଥିଲା ଆରାଧ୍ୟା। ପିଜିର ପ୍ରଥମ ଦିନ ହିଁ କଲେଜରେ ଜଣେ କ୍ଲାସମେଟ ପୁଅ ସହ ଝଗଡା ହୋଇ ଯାଇଥିଲା, କମେଣ୍ଟ ମରାକୁ ନେଇକି । ପୁଅଟି ଦେଖିବାକୁ ଭାରି ହ୍ୟାଣ୍ଡସମ । ଅରୁଣ, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଗଣିତ...
ଘର କଥା ମନି ବୋଉ -“କିଏ? ଝିଲି ବୋଉ କି? ଆସ ଆସ l ହେଇ ତମ କଥା ମନେ ମନେ ପକଉ ପକଉ ଆସି ପହଞ୍ଚିଗଲ l ଏ ସବୁ କଣ ?” ଝିଲି ବୋଉ – “ବୋହୁ ଆମର ପ୍ରଥମ କରି ସାବିତ୍ରୀ କରୁଛି ମନି ବୋଉ l ଭାରରୁ କିଛି ତୁମ ପାଇଁ ଆଣି ଆସିଥିଲି l ଆମ ସାହିର ପୁରୁଖା ଲୋକ ତମେ l ଆମ ପିଲା ମାନଙ୍କୁ ଆଶୀର୍ବାଦ କରିବ l ଆଉ ତୁମ ପିଲେ କେମିତି ଅଛନ୍ତି?” ମନି ବୋଉ -“ହୁଁ...
ଆଞ୍ଜୁଳି -ଝିଅ ବିଦା ହେଲାବେଳେ ଆଞ୍ଜୁଳିରେ ଚାଉଳ ଧରି ପଛ ପଟକୁ କାହିଁକି ଛାଟେ ବାପା ? ତାକୁ କଣ କନକାଞ୍ଜୁଳି କହନ୍ତି ?” ପୂଜା ପଚାରିଲା ବାଲକୋନିରେ ପଥର ମୂର୍ତ୍ତି ଭଳି ବସିଥିବା ସୁରେଶଙ୍କ ଉଦ୍ଦେଶ୍ୟରେ। -ଆଲୋ ହୁଣ୍ଡୀ, ପୁଅ ବାହାହେବାକୁ ଯିବା ପୂର୍ବରୁ ମା କାନିରେ ଯେଉଁ ଚାଉଳ ଦେଇଥାଏ ଓ ନିଜ କାନିରେ ତାକୁ ମା ବାନ୍ଧିଥାଏ, ତାକୁ କନକାଞ୍ଜୁଳି କୁହାଯାଏ। କିନ୍ତୁ ବାହାଘର ସରିଲାପରେ, ଝିଅ ବିଦା ହେଲାବେଳେ, ପଛକୁ ନନେଇ ଝିଅ ନିଜ ଆଞ୍ଜୁଳିରେ ଚାଉଳକୁ ପଛପଟକୁ ଛାଟି ଦେଲା ବେଳେ, ପଛରେ...
ଏୟାରକଣ୍ଡିସନ ଘର -ବାପା, ମୋ ପାଇଁ ଗୋଟେ ଏୟାରକଣ୍ଡିସନ ଘର ତିଆରି କରିଦିଅ।” ପୁଅ ମନୁ କଥା ଶୁଣି ଚମକିପଡ଼ିଲା ଗୋଲକ ଓ ତା ପାଟିରୁ ବାହାରି ପଡ଼ିଲା, -ଏୟାର କଣ୍ଡିସନ ଘର !!ତୋ ପାଇଁ !’ ମୁହଁରେ ହସ ଖେଳାଇ ବାପା ପାଖକୁ ଲାଗିଆସି ମନୁ କହିଲା, -ମୋ ସ୍କୁଲ ସାଙ୍ଗ ଆଶିଷ ଘରକୁ ଥରେ ଯାଇଥିଲି। ତାଙ୍କର ସେଣ୍ଟ୍ରାଲ ଏୟାର କଣ୍ଡିସନ ଘର, ଓଃ କି ଥଣ୍ଡା! ରିମୋଟ ଚିପିଲେ ସୁଲୁସୁଲିଆ ବରଫ ଭଳି ଥଣ୍ଡା ପବନ। ଏକଦମ ସ୍ୱର୍ଗ ଭଳି ଲାଗୁଥିଲା। ଇଛା ହେଉଥିଲା ଚଟାଣରେ ଶୋଇଯିବା ପାଇଁ। ଆମ ଘରେ...
ସିନ୍ଦୂର ଫରୁଆ ବିବାହ ପୂର୍ବରୁ ସିନ୍ଦୂର ଫରୁଆ ଉପନ୍ୟାସଟି ପଢି ଯେତିକି ବିଚଳିତ ଥିଲି ମୋ ସ୍ତ୍ରୀ ଯିବା ପରେ ତା ରୂପା ଫରୁଆ ଉପରେ ନଜର ପଡିଲେ ସେତିକି ଭାଙ୍ଗିପଡେ ମୁଁ। ବେଳେ ବେଳେ ଫରୁଆ କୁ ଖୋଲି ଦେଖେ, କେତେ ଶୂନ୍ୟତା ତା ଭିତରେ। ସ୍ମୃତିର କିଛି ନାଲି ରଙ୍ଗ ସାଥିରେ ଖୁସିର ଏକ ସଙ୍ଗମ ଯେମିତି.. ତାଙ୍କ ବ୍ୟବହୃତ ସବୁ ଜିନିଷକୁ ଜଳେଇ ଦିଆଯାଏ ଶୁଣିବା ପରେ ଏଇ ସିନ୍ଦୂର ଫରୁଆ କୁ ମୁଁ ଲୁଚେଇ ରଖିଥିଲି, ଏଇଥି ପାଇଁ ଯେ ସ୍ମୃତି ହେଇ ରହି ଥାଉ ସବୁଦିନ...