READ ODIA STORY

  • All
  • AMA KUNAKUNI MAGAZINE
  • award
  • CELEBRATION
  • distrubution
  • Hingula Library
  • Inaguration
  • LIBRARY
କାଲିକୁ ଆସ

March 22, 2025

“କାଲିକୁ ଆସ” ଗୋଟିଏ ସହରରେ ମାର୍କ ନାମକ ଜଣେ ଲୋକ ଥାଏ । ସେ ଯେତିକି ଧନୀ, ସେତିକି କୃପଣ । କେହି କେବେ ତାହାଠୁଁ କୌଣସି ଉପକାର ପାଇଥିବାର ଜଣା ନଥିଲା ।                 ଦିନେ ମାର୍କ ସହର ରାସ୍ତାରେ ଯାଉଛି, ଜଣେ ଅତିଶୟ ଗରୀବ ଲୋକ ତା’ ଆଗରେ ହାତ ପତାଇ କହିଲା, “ବାବୁ, ମୁଁ ଦୁଇଦିନ ହେଲା କିଛିବି ଖାଇନାହିଁ । ମୋତେ ଗୋଟିଏ ପଇସା ଦିଅନ୍ତୁ । ମୁଠେ ଖାଇନିଏ ।”                 ଲୋକଟିର ଚେହେରା ଦେଖିଲେ ବୁଝିହେବ ସେ ସତ କହୁଛି । ସେ ଯୁଗରେ ଗୋଟିଏ ପଇସାରେ...

ବୈରାଗ୍ୟ

March 22, 2025

ବୈରାଗ୍ୟ     ମହାରାଜା ମହାଜନକ ସନ୍ନ୍ୟାସ ଜୀବନ ଯାପନ କରିବା ଉଦ୍ଧେଶ୍ୟରେ ରାଜପ୍ରସାଦ ଛାଡି ଏକ ବଗିଚାରେ ଛୋଟ ଘରଟିଏ ବନାଇ ରହିଲେ । ସେ କଥାବାର୍ତ୍ତା ମଧ୍ୟ ପ୍ରାୟ ବନ୍ଦ କରିଦେଲେ । କିଛିଦିନ ପରେ ଦିନେ ସେ ତାଙ୍କ ସେବକକୁ ଡାକି କହିଲେ, “ମୋ ପାଇଁ କିଛି ଗେରୁଆ ବସ୍ତ୍ର ଓ ମାଟିର ଏକ ଭିକ୍ଷାପାତ୍ର ନେଇ ଆସ । ଆଉ ଗୋଟିଏ ବାରିକ ମଧ୍ୟ ଡାକି ଆଣିବୁ ।” ବାରିକ ଆସି ତାଙ୍କ ମୁଣ୍ଡ ଲଣ୍ଡା କରିଦେଲା ଓ ସେ ଗେରୁଆ ବସ୍ତ୍ର ପିନ୍ଧି ମାଟି ପାତ୍ରଟି ଧରି ଘର...

ସଚ୍ଚା ଶିଳ୍ପୀ

March 22, 2025

ସଚ୍ଚା ଶିଳ୍ପୀ         ମନ୍ଦାକିନୀ ନଦୀ ତୀରରେ ମରକତପୁର ଗୋଟିଏ ସମୃଦ୍ଧ ଗ୍ରାମ ଥିଲା । ଏ ଗ୍ରାମର ଲୋକେ ସାହିତ୍ୟ, ସଂଗୀତ, ନୃତ୍ୟ ଇତ୍ୟାଦି କଳାର ବିଶେଷ ଆଦର କରୁଥିଲେ । ସେଥିପାଇଁ ସାରା ରାଜ୍ୟରେ ଏ ଗ୍ରାମର ବିଶେଷ ଖ୍ୟାତି ଥିଲା ।                 ଗ୍ରାମବାସୀମାନେ ବାରମାସରେ ତେର ପର୍ବ ପାଳନ କରୁଥିଲେ । ତେବେ ସବୁଠାରୁ ବଡ ଉତ୍ସବ ଦେବୀ ମଙ୍ଗଳାଙ୍କ ବାର୍ଷିକ ପୂଜା ଥିଲା । ମଙ୍ଗଳା ସେ ଗ୍ରାମର ଆରାଧ୍ୟା ଦେବୀ ବୋଲି ସମସ୍ତ ଗ୍ରାମବାସୀ ଏ ଉତ୍ସବରେ ମନପ୍ରାଣ ଢାଳି ଅଂଶ ଗ୍ରହଣ...

ବୁଦ୍ଧି ଓ ସିଦ୍ଧି

March 22, 2025

ବୁଦ୍ଧି ଓ ସିଦ୍ଧି ଜାମପୁର ଗୋଟିଏ ସମୃଦ୍ଧ ଓ ବଡ ଗାଁ ଥିଲା । ସେଠାକାର ଶିବନାଥଙ୍କ ଏକମାତ୍ର ପୁଅ ସୁଧୀର ନିଜ ଗାଁ ବିଦ୍ୟାଳୟରେ ପାଠ ଶେଷ କରି ଗୋଟାଏ ପ୍ରକାର ଅଳସୁଆ ହୋଇଗଲା । ଖାଲିଟାରେ ବାରାନ୍ଦାରେ ବସିଥିବ, ନହେଲେ ଖଟିଆରେ ଶୋଇ ରହିଥିବ । କିଛି କାମଦାମରେ ମନ ଦେଲା ନାହିଁ । ଶିବନାଥ କି ତା’ ବୋଉ ତାକୁ ଯେତେ ବୁଝାଇଲେ ବି କିଛି ଫଳ ହେଲା ନାହିଁ ।                 ଶିବନାଥଙ୍କର ଜଣେ ବନ୍ଧୁ ଥିଲେ । ତାଙ୍କ ନାମ ଗୋବିନ୍ଦ । ଗୋବିନ୍ଦବାବୁଙ୍କ ଝିଅ ବାହାଘର ହେବାର...

ପତିପତ୍ନୀ

March 22, 2025

ପତିପତ୍ନୀ              ରଙ୍ଗପୁରର ରଙ୍ଗା ବଡ ଟିଙ୍ଗା ସ୍ୱଭାବର ଥିଲା । ତେଣୁ ପ୍ରତିଦିନ ସେ ତା’ସ୍ତ୍ରୀ ଉପରେ ଟିକିଏ ଟିକିଏ କଥାରେ ଖାଲି ରାଗିଯାଇ ତାକୁ ଗାଳିବର୍ଷଣ କରେ । ମାତ୍ର ତା’ସ୍ତ୍ରୀଟି ବଡ ଭଲ ସ୍ୱଭାବର ଥିଲା । କିନ୍ତୁ ତା’ର ଟିକିଏ ଭୁଲାପଣ ଅଛି ସବୁ ଭୁଲି ଯିବାରୁ ମଝିରେ ଅନେକ କାମ ବାକି ରହିଯାଏ; ରଙ୍ଗା ଘରକୁ ଫେରି ସବୁଥର ସ୍ତ୍ରୀକୁ ଗାଳିବର୍ଷଣ କରେ । ସ୍ତ୍ରୀ ସୀତା ଭୁଲ୍ ନ କରିବାକୁ ଯଥେଷ୍ଟ ସଚେତନ ହୁଏ, କିନ୍ତୁ ପାରେନାହିଁ । ଏଣୁ...

ବିଜୟ ରହସ୍ୟ

March 22, 2025

ବିଜୟ ରହସ୍ୟ        ଅନେକ ଦିନ ତଳର କଥା । କମଲୁଦ୍ଦିନ୍ ଉଜ୍ବେକିସ୍ଥାନର ସୁଲତାନ୍ ରୂପେ ଅଭିଷିକ୍ତ ହେଲେ । ସେତେବେଳେ କମଲୁଦ୍ଦିନ୍ ବୟସରେ ତରୁଣ । ବାପା ହଠାତ୍ ମରିଯିବାରୁ ସେ ସିନା ସୁଲତାନ୍ ହେଲେ, କିନ୍ତୁ ଭୋଗବିଳାସ ଛାଡି ଶାସନ କାର୍ଯ୍ୟରେ ମନ ଦେବାକୁ ସେ ଆଦୌ ପ୍ରସ୍ତୁତ ନଥିଲେ ।                 ଦିନେ ଉଜୀର୍ ଆସି କହିଲେ, “ସୁଲତାନ୍! ଆମ ଗୁପ୍ତଚରମାନେ କହୁଛନ୍ତି, ଉତ୍ତର ମୁଲକର ଅମୀର୍ ହଠାତ୍ ରାଜଧାନୀ ଆକ୍ରମଣ କରି ଗାଦି ଅଧିକାର କରିବା ଉଦ୍ଧେଶ୍ୟରେ ଅଛନ୍ତି । ଆମେ ବେଳହୁଁ ସତର୍କ ନହେଲେ ଅବସ୍ଥା...

Share to...