- All
- AMA KUNAKUNI MAGAZINE
- award
- CELEBRATION
- distrubution
- Hingula Library
- Inaguration
- LIBRARY
ଗଙ୍ଗାସ୍ନାନର ଫଳ ଗୋଟିଏ ଗ୍ରାମରେ ଜଣେ ସରଳ ବ୍ରାହ୍ମଣ ରହୁଥିଲା । ସେ ଆଦୌ ପାପ କରେନି । କିନ୍ତୁ ଥରେ ଅଜାଣତରେ ତା ଦ୍ୱାରା ଏକ ପାପ ହେଲା । ଲୋକମାନେ ତାକୁ ପଚାରିଲେ ପାପର ପ୍ରାୟଶ୍ଚିତ କିପରି କରିବ? ତହୁଁ ସେ କହିଲା ଜୀବିତ ରହିଥିବା ପର୍ଯ୍ୟନ୍ତ ଗଙ୍ଗାରେ ସ୍ନାନ କରି ଭଗବାନଙ୍କୁ ଧ୍ୟାନ କଲେ, ମୋ ପାପର ନିଶ୍ଚୟ ପାୟଶ୍ଚିତ ହେବ । ଦିନେ ସେହି ବ୍ରାହ୍ମଣ ଜଣକ ତା ଗଣ୍ଠିଲି ପତ୍ର ବାନ୍ଧି, ଜମିବାଡି ଧନ ସମ୍ପତ୍ତି ପୁଅକୁ ଦେଇ ଗଙ୍ଗା ଯିବାକୁ ବାହାରିଲା । ଯାଉଯାଉ ବାଟରେ ଏକ...
ମନ୍ତ୍ର ସିଂହାସନ(ବେତାଳ କଥା) ନିଶା ଗରଜୁଥାଏ। ସାଇଁ ସାଇଁ ଶୀତଳ ପବନ ସାଙ୍ଗକୁ ମଧ୍ୟେ ମଧ୍ୟେ ବର୍ଷା ବି ପିଟୁଥାଏ। ବଜ୍ରଧ୍ୱନି ଓ ଶ୍ୱାନଶ୍ୱାପଦଙ୍କ ରଡି ମଝିରେ ଅଶରିରୀମାନଙ୍କ ଅଟ୍ଟହାସ୍ୟ ଶୁଭୁଥାଏ । ଘନ ଘନ ବିଜୁଳି ଆଲୁଅରେ ଭୟାବହ ମୁହଁଟିମାନ ଦିଶିଯାଉଥାଏ। ତଥାପି ରାଜା ବିକ୍ରମାର୍କ ତିଳେ ହେଲେ ମଧ୍ୟ ଦ୍ୱିଧା ନକରି ପୁନର୍ବାର ସେ ପ୍ରାଚୀନ ବୃକ୍ଷଟି ପାଖକୁ ଲେଉଟି ଆସିଲେ ଏବଂ ବୃକ୍ଷାରୋହଣ କରି ଶବଟିକୁ ଉତାରି ଆଣିଲେ । କିନ୍ତୁ ତା’ପରେ ସେ ଶବଟିକୁ କାନ୍ଧରେ ପକାଇ ଭୟାବହ ଶ୍ମଶାନ ଅତିକ୍ରମ କରିବାକୁ ଆରମ୍ଭ କରିବା ମାତ୍ରେ ଶବସ୍ଥିତ ବେତାଳ...
“କାଲିକୁ ଆସ” ଗୋଟିଏ ସହରରେ ମାର୍କ ନାମକ ଜଣେ ଲୋକ ଥାଏ । ସେ ଯେତିକି ଧନୀ, ସେତିକି କୃପଣ । କେହି କେବେ ତାହାଠୁଁ କୌଣସି ଉପକାର ପାଇଥିବାର ଜଣା ନଥିଲା । ଦିନେ ମାର୍କ ସହର ରାସ୍ତାରେ ଯାଉଛି, ଜଣେ ଅତିଶୟ ଗରୀବ ଲୋକ ତା’ ଆଗରେ ହାତ ପତାଇ କହିଲା, “ବାବୁ, ମୁଁ ଦୁଇଦିନ ହେଲା କିଛିବି ଖାଇନାହିଁ । ମୋତେ ଗୋଟିଏ ପଇସା ଦିଅନ୍ତୁ । ମୁଠେ ଖାଇନିଏ ।” ଲୋକଟିର ଚେହେରା ଦେଖିଲେ ବୁଝିହେବ ସେ ସତ କହୁଛି । ସେ ଯୁଗରେ ଗୋଟିଏ ପଇସାରେ...
ବୈରାଗ୍ୟ ମହାରାଜା ମହାଜନକ ସନ୍ନ୍ୟାସ ଜୀବନ ଯାପନ କରିବା ଉଦ୍ଧେଶ୍ୟରେ ରାଜପ୍ରସାଦ ଛାଡି ଏକ ବଗିଚାରେ ଛୋଟ ଘରଟିଏ ବନାଇ ରହିଲେ । ସେ କଥାବାର୍ତ୍ତା ମଧ୍ୟ ପ୍ରାୟ ବନ୍ଦ କରିଦେଲେ । କିଛିଦିନ ପରେ ଦିନେ ସେ ତାଙ୍କ ସେବକକୁ ଡାକି କହିଲେ, “ମୋ ପାଇଁ କିଛି ଗେରୁଆ ବସ୍ତ୍ର ଓ ମାଟିର ଏକ ଭିକ୍ଷାପାତ୍ର ନେଇ ଆସ । ଆଉ ଗୋଟିଏ ବାରିକ ମଧ୍ୟ ଡାକି ଆଣିବୁ ।” ବାରିକ ଆସି ତାଙ୍କ ମୁଣ୍ଡ ଲଣ୍ଡା କରିଦେଲା ଓ ସେ ଗେରୁଆ ବସ୍ତ୍ର ପିନ୍ଧି ମାଟି ପାତ୍ରଟି ଧରି ଘର...
ସଚ୍ଚା ଶିଳ୍ପୀ ମନ୍ଦାକିନୀ ନଦୀ ତୀରରେ ମରକତପୁର ଗୋଟିଏ ସମୃଦ୍ଧ ଗ୍ରାମ ଥିଲା । ଏ ଗ୍ରାମର ଲୋକେ ସାହିତ୍ୟ, ସଂଗୀତ, ନୃତ୍ୟ ଇତ୍ୟାଦି କଳାର ବିଶେଷ ଆଦର କରୁଥିଲେ । ସେଥିପାଇଁ ସାରା ରାଜ୍ୟରେ ଏ ଗ୍ରାମର ବିଶେଷ ଖ୍ୟାତି ଥିଲା । ଗ୍ରାମବାସୀମାନେ ବାରମାସରେ ତେର ପର୍ବ ପାଳନ କରୁଥିଲେ । ତେବେ ସବୁଠାରୁ ବଡ ଉତ୍ସବ ଦେବୀ ମଙ୍ଗଳାଙ୍କ ବାର୍ଷିକ ପୂଜା ଥିଲା । ମଙ୍ଗଳା ସେ ଗ୍ରାମର ଆରାଧ୍ୟା ଦେବୀ ବୋଲି ସମସ୍ତ ଗ୍ରାମବାସୀ ଏ ଉତ୍ସବରେ ମନପ୍ରାଣ ଢାଳି ଅଂଶ ଗ୍ରହଣ...
ବୁଦ୍ଧି ଓ ସିଦ୍ଧି ଜାମପୁର ଗୋଟିଏ ସମୃଦ୍ଧ ଓ ବଡ ଗାଁ ଥିଲା । ସେଠାକାର ଶିବନାଥଙ୍କ ଏକମାତ୍ର ପୁଅ ସୁଧୀର ନିଜ ଗାଁ ବିଦ୍ୟାଳୟରେ ପାଠ ଶେଷ କରି ଗୋଟାଏ ପ୍ରକାର ଅଳସୁଆ ହୋଇଗଲା । ଖାଲିଟାରେ ବାରାନ୍ଦାରେ ବସିଥିବ, ନହେଲେ ଖଟିଆରେ ଶୋଇ ରହିଥିବ । କିଛି କାମଦାମରେ ମନ ଦେଲା ନାହିଁ । ଶିବନାଥ କି ତା’ ବୋଉ ତାକୁ ଯେତେ ବୁଝାଇଲେ ବି କିଛି ଫଳ ହେଲା ନାହିଁ । ଶିବନାଥଙ୍କର ଜଣେ ବନ୍ଧୁ ଥିଲେ । ତାଙ୍କ ନାମ ଗୋବିନ୍ଦ । ଗୋବିନ୍ଦବାବୁଙ୍କ ଝିଅ ବାହାଘର ହେବାର...
