- All
- AMA KUNAKUNI MAGAZINE
- award
- CELEBRATION
- distrubution
- Hingula Library
- Inaguration
- LIBRARY

ପ୍ରାଚୀନ କାଳର କଥା । ଗଙ୍ଗା ନାମକ ନଦୀ କୂଳବର୍ତ୍ତି ସ୍ଥାନରେ ଜଣେ ଋଷିଙ୍କର ଆଶ୍ରମ ଥିଲା । ସେହି ଋଷିଙ୍କର ନାମ ହେଉଛି ସାନ୍ଧିପର୍ଣ୍ଣି । ଋଷି ପ୍ରତିଦିନ ପୁଣ୍ୟନଦୀ ଗଙ୍ଗାରେ ସ୍ନାନ ସାରି ଆଦିତ୍ୟ ଦେବତାଙ୍କ ଉଦ୍ଧେଶ୍ୟରେ ଜଳ ସମର୍ପଣ କରିଥାଆନ୍ତି । ଦିନକର କଥା । ଋଷି ସାନ୍ଦିପର୍ଣ୍ଣି ଗଙ୍ଗା ନଦୀରେ ସ୍ନାନାଦି କାର୍ଯ୍ୟ ସମାପନ କରି ଆଦିତ୍ୟଙ୍କୁ ଜଳ ତର୍ପଣ କରିବା ସମୟରେ ତାଙ୍କ ହସ୍ତରେ ଶୂନ୍ୟରୁ ଆସି ଗୋଟିଏ ମୂଷିକ ପଡ଼ିଗଲା । ଏହାଦେଖି ଋଷି ଆଶ୍ଚର୍ଯ୍ୟ ହୋଇଗଲେ ଓ ପୁନଶ୍ଚ ସେହି...
ନିଶା ଗରଜୁଥାଏ । ତୁହାକୁ ତୁହା ବର୍ଷା ହେଉଥାଏ । ଶ୍ୱାନଶ୍ୱାପଦଙ୍କ ରଡି ସାଙ୍ଗକୁ ଅଶରୀରୀମାନଙ୍କ ଅଟ୍ଟହାସ୍ୟ ମଧ୍ୟ ଶୁଭୁଥାଏ । ବିଜୁଳି ଆଲୁଅର ଝଲକରେ ଭୟାବହ ମୁହଁଟିମାନ ଦିଶିଯାଉଥାଏ । କିନ୍ତୁ ରାଜା ବିକ୍ରମାର୍କ ତିଳେ ହେଲେ ମଧ୍ୟ ବିଚଳିତ ନହୋଇ ପୁନର୍ବାର ବୃକ୍ଷାରୋହଣ କରି ଶବଟିକୁ ଉତାରି ଆଣିଲେ । ତା’ପରେ ତାକୁ କାନ୍ଧରେ ପକାଇ ଶୂନ୍ଶାନ୍ ଶ୍ମଶାନପଥ ଅତିକ୍ରମ କରିବାକୁ ଆରମ୍ଭ କରିବା ମାତ୍ରେ ଶବସ୍ଥିତ ବେତାଳ କହିଲା, “ରାଜା! ତମେ ଏ ନିର୍ଜନ ରାତିରେ ଏଭଳି ପରିଶ୍ରମ କାହିଁକି କରୁଛ, ବିପଦକୁ କାହିଁକି ତାଚ୍ଛଲ୍ୟ କରି...
ପ୍ରତାପଙ୍କ ଉପବାସ (ବେତାକ କାହାଣୀ) ଏଣେ ନିଶା ଗରଜୁଥାଏ । ବାହାରେ ତେଣେ ତୁହାକୁ ତୁହା ଶୀତଳ ପବନ ସାଙ୍ଗକୁ ଝିପିଝିପି ବର୍ଷା ମଧ୍ୟ ହେଉଥାଏ । ଠିକ୍ ସେହି ସମୟରେ ଆଖପାଖର ଅରଣ୍ୟ ଭିତରୁ ସାଇଁ ସାଇଁ ଶବ୍ଦ ଭାସି ଆସୁଥାଏ । ଘଡଘଡି ଓ ଶ୍ୱାନ ଶ୍ୱାପଦଙ୍କ ରଡି ମଝିରେ ଅଶରିରୀମାନଙ୍କ ଅଟ୍ଟହାସ୍ୟ ବି ଶୁଭୁଥାଏ । ଘନ ଘନ ବିଜୁଳି ଆଲୁଅରେ ଭୟାବହ ମୁହଁଟିମାନ ଦିଶିଯାଉଥାଏ । କିନ୍ତୁ ସେ ରାଜା ବିକ୍ରମାର୍କ ତିଳେ ହେଲେ ମଧ୍ୟ ବିଚଳିତ ବୋଧ ନ କରି ପୁନର୍ବାର ସେ ବୃକ୍ଷଟି...
ଦୋମୁହାଁ ବିଚାର ଘଞ୍ଚ ଅରଣ୍ୟ । ତା’ ମଧ୍ୟରେ ବହୁ ଜାତିର ଫଳ ଫୁଲ, ଲତାଦି ବୃକ୍ଷରେ ପୂର୍ଣ୍ଣ ହୋଇ ରହିଥାଏ । କେତେ ଜାତିର ସାତ ରଙ୍ଗରେ ଫୁଲ ସବୁ ବୃକ୍ଷରେ ଫୁଟି ହସୁଥାଏ । ନାଲି ହଳଦୀ ଆଉ ସବୁଜ ରଙ୍ଗର ପେନ୍ଥା ପେନ୍ଥା ଫଳ ମଧ୍ୟ ଝୁଲୁଥାଏ । ତେବେ କହିବାକୁ ଗଲେ ତାହା ଏପରି ଏକ ଅରଣ୍ୟ ଯେ ଝରଣାଠାରୁ ଫଳଫୁଲଯାଏ କୌଣସି କଥାରେ ଅଭାବ ନଥିଲା । ତେଣୁ ଏପରି ଏକ ନିର୍ଜନ ସହର ଓ ଗ୍ରାମ...
ମେଘବର୍ଣ୍ଣ ଓ ଅରିମର୍ଦ୍ଧନ କଥା ବହୁ ପ୍ରାଚୀନ କାଳର କଥା । ଦାକ୍ଷିଣାତ୍ୟ ନାମକ ଗୋଟିଏ ରାଜ୍ୟ ଥିଲା । ସେହି ରାଜ୍ୟଟି ଜନବସତି ଠାରୁ ଅଧିକ ଭାବରେ ଅରଣ୍ୟରେ ପୂର୍ଣ୍ଣଥିଲା । ସେହି ଅରଣ୍ୟ ନିକଟସ୍ଥ ମହିଳାରୋପ୍ୟ ନାମକ ନଗରର ଉପକଣ୍ଠରେ ଥିଲା ଏକ ବିଶାଳ ବଟବୃକ୍ଷ । ବୃକ୍ଷଟିରେ ଡାଳପତ୍ର ପ୍ରବଳଥିବାରୁ ନିମ୍ନସ୍ଥ ସ୍ଥାନଟି ଖୁବ୍ ଛାୟା ଦ୍ୱାରା ଅଚ୍ଛାଦିତ ହୋଇ ରହିଥିଲା ଓ ବଡୁ ବାଟୋଇମାନଙ୍କର ଗ୍ରୀଷ୍ମକାଳରେ କଷ୍ଟ ଲାଘବ ନିମନ୍ତେ ଆଶ୍ରୟ ମଧ୍ୟ ହେଉଥିଲା । ...
ପ୍ରକୃତ ସୁସଙ୍ଗାତ ଅଗନା ଅଗନି ବନସ୍ତ । ସେହି ବନସ୍ତରେ ଗୋଟିଏ ବିରାଟକାୟ ଶାଳ୍ମଳୀ ବୃକ୍ଷ ଥିଲା । ଚତୁର କାଉ ସମସ୍ତ ପ୍ରକାର ବିପଦକୁ ଆଖି ଆଗରେ ରଖି ସେହି ଶାଳ୍ମଳୀ ବୃକ୍ଷରେ ତା’ର ରହିବାର ବସାଟି ନିର୍ମାଣ କରି ରହୁଥାଏ । ସେହି ବୃକ୍ଷ ମୂଳରେ ଗୋଟିଏ ଉଚ୍ଚିଆ ଜାଗା ଥିଲା । ସେହି ଜାଗାରେ ମୂଷାଟିଏ ଗାତ ଗୋଟିଏ କରି ରହିଥାଏ । ପୁଣି ଶାଳ୍ମଳୀ ବୃକ୍ଷର ଅଳ୍ପ ଦୂରରେ ଯେଉଁ ପୋଖରୀଟି ଦେଖାଯାଉଥିଲା ସେହି ପୋଖରୀରେ କଇଁଛଟିଏ ମଧ୍ୟ ରହୁଥିଲା । ଶାଳ୍ମଳୀ ବୃକ୍ଷର ସାମାନ୍ୟ...