- All
- AMA KUNAKUNI MAGAZINE
- award
- CELEBRATION
- distrubution
- Hingula Library
- Inaguration
- LIBRARY

ସଦାଶୟୀ କୈପାଙ୍ଗ ଗୋଟିଏ ଗାଁରେ ଗରୀବ ଚାଷୀଟିଏ ଥାଏ । ତା’ର ତିନିପୁଅ । ସ୍ତ୍ରୀ ମରିଯାଇଥାଏ । ବଡ ଦୁଇପୁଅ ବୁଦ୍ଧିମାନ, ଚାଷବାସ, ବ୍ୟବସାୟ ଇତ୍ୟାଦି କରି ଧନ ରୋଜଗାର କରନ୍ତି । କିନ୍ତୁ ସାନପୁଅଟିର ସ୍ୱଭାବ ଏକବାରେ ଅନ୍ୟ ରକମ । ସେ ଘରକାମ ନ କରି ଟଙ୍କାପଇସା ରୋଜଗାରରେ ବେଶି ମନ ନ ଦେଇ ପରଉପକାର କରିବାରେ ଅଧିକ ସମୟ ଦିଏ । କାହାର ଛେଳିଟିଏ ହଜିଗଲା, ବାଛୁରୀଟିଏ ବାଟ ଭୁଲିଗଲା, କିମ୍ବା କେଉଁ ପିଲାର ଚିକିତ୍ସା ଦରକାର, କେଉଁ ଉଦ୍ୟାନରେ ଗଛଟିଏ ଶୁଖିଯାଉଛି ବା ପାଣି...
ଚମର ଜୋତା ଚିତ୍ରଦୁର୍ଗ ଗ୍ରାମରେ ସଦାଶିବ ଓ ମହାଦେବ ନାମକ ଦୁଇଜଣ ବ୍ୟବସାୟୀ ରହୁଥିଲେ । ସେ ଦୁହେଁ ପଡୋଶୀ ଥିଲେ । ସଦାଶିବ ସରଳ ଥିଲେ । ଅଥଚ ମହାଦେବ କୁଟୀଳ ଓ ଅତ୍ୟନ୍ତ ପରଶ୍ରୀକାତର ଥିଲେ । ସଦାଶିବଙ୍କ ସ୍ୱଭାବ ଯୋଗୁଁ ଲୋକେ ତାଙ୍କୁ ଖୁବ୍ ଭଲ ପା’ନ୍ତି ଓ ସମ୍ମାନ ବି ଦିଅନ୍ତି । ଏସବୁ ଦେଖି ମହାଦେବ ଖାଲି ଇର୍ଷ୍ୟାରେ ଜଳିଯାଉଥା’ନ୍ତି । ସଦାଶିବଙ୍କ ଝିଅର ବିବାହରେ ଖର୍ଚ୍ଚ ପାଇଁ ଅଳ୍ପ କିଛି ଟଙ୍କା...
ଚୋରି ଆଉ ମିଛ ଚୋରଟିଏ ଥିଲା । ସେ ଜଣେ ସଦ୍ଗୁଣସମ୍ପନ୍ନା ସ୍ତ୍ରୀକୁ ବିବାହ କଲା । ଚୋରର ନବାଗତ ସ୍ତ୍ରୀ ଯେତେବେଳେ ଜାଣିଲା, ତା’ର ସ୍ୱାମୀ ଗୋଟିଏ ବୁଢା ଚୋର, ତାକୁ ବହୁତ ଖରାପ ଲାଗିଲା । ସେ ତା’ର ଭାଗ୍ୟକୁ ନିନ୍ଦି ଅନେକ ଧିକ୍କାର କଲା ସିନା ଆଉ ଉପାୟ କିଛି ନଥିଲା । ଶେଷରେ ମହିଳା ଜଣକ ସ୍ଥିର କଲା ସ୍ୱାମୀଙ୍କୁ କିଭଳି ଚୋରି ଭଳି କୁପ୍ରବୃତିରୁ ନିବୃତ କରିବ? ଯେତେ ଚେଷ୍ଟା କଲେ ମଧ୍ୟ ସ୍ୱାମୀ ତାର ଚୋରି...
ସଂଚୟର ମହତ୍ୱ ଏକ ଛୋଟ ଗ୍ରାମରେ ଅନନ୍ତର ଜନ୍ମ । ଅଠର ବର୍ଷ ବୟସରେ ବିଦ୍ୟାଳୟ ଶିକ୍ଷା ସମାପ୍ତ କରିବା ବେଳକୁ ତା’ ପିତାଙ୍କର ଦେହାନ୍ତ ଘଟିଲା । ତାକୁହିଁ କ୍ଷେତ ବାଡିର କଥା ବୁଝିବାକୁ ପଡିଲା । ଏଥି ସହିତ ସେ ନିଜ ପାଇଁ ଚାକିରୀଟିଏ ମଧ୍ୟ ଯୋଗାଡ କଲା । ଜମିଦାରଙ୍କ ଦୋକାନରେ ଛୋଟ ଚାକିରୀଟିଏ ପାଇ ସେ ଖୁବ୍ ଖୁସି ହେଲା । ଜମିଦାର ଜଗପତି ଜଣେ ସ୍ନେହଶୀଳ ବ୍ୟକ୍ତି । ନିଜର କର୍ମଚାରୀ ମାନଙ୍କର ସୁଖଦୁଃଖ, ଅଭାବ ଅସୁବିଧା ପ୍ରତି ତାଙ୍କର ଖୁବ୍...
ଷଡଯନ୍ତ୍ରର ସୁଫଳ ଅମିରୁ ଆଲାମ ସହରର ସୁଲତାନ୍ ଥିଲେ । ତାଙ୍କ ଦରବାରରେ ଦଶଜଣ ଉଜୀର୍ ଥିଲେ । କିନ୍ତୁ ସେମାନେ ସଦାବେଳେ ସୁଲତାନ୍ଙ୍କ ଅଜାଣତରେ ଲୋକଙ୍କ ଉପରେ ଅତ୍ୟାଚାର କରି ଅନେକ ଧନସମ୍ପତ୍ତି ଠକି ଖାଉଥିଲେ । ଅବଶେଷରେ ପଡୋଶୀ ରାଜ୍ୟର ସୁଲତାନ୍ ଯେତେବେଳେ ରାଜ୍ୟ ଆକ୍ରମଣ କଲେ, ସେତେବେଳେ ଏଇ ବିଶ୍ୱାସଘାତକ ଉଜୀରମାନେ ଗୁପ୍ତରେ ପଡୋଶୀ ରାଜ୍ୟକୁ ସାହାଯ୍ୟ କଲେ । ତେଣୁ ଅନାୟାସରେ ପଡୋଶୀ ରାଜ୍ୟର ସୁଲତାନ୍ ଅମିରୁଙ୍କ ଦୁର୍ଗ ଦଖଲ କଲେ । ସେଇ ଗୋଳମାଳ ଭିତରେ ସୁଲତାନ୍ ଅମିରୁ ନିଜର ସ୍ତ୍ରୀ ଓ ଶିଶୁପୁତ୍ରକୁ...
ନୂତନ ଦଣ୍ଡ ଚନ୍ଦ୍ରସେନ ନାମକ ଜଣେ ରାଜାଙ୍କ ନିକଟରେ ଭୂଷଣ ନାମକ ବିଦୁଷକ ଥିଲେ । ରାଜାଙ୍କୁ ଖୁସି ରଖିବାରେ ସେ ଅଦ୍ୱିତୀୟ ଥିଲେ । ଦିନେ ରାଜା ତାଙ୍କ ଉପରେ ଖୁସି ହୋଇ କହିଲେ, “ବିଦୁଷକ, ତୁମେ ମୋତେ କିଛି ବର ମାଗ ଯେଉଁଥିରେ କି ମୋର କିଛି କ୍ଷତି ନହେଉ ଓ ତୁମର ବହୁତ ଲାଭ ହେଉ ।” ରାଜାଙ୍କ ଏଭଳି କଥାରେ ଭୂଷଣ କହିଲେ, “ମହାରାଜ ବିଦୁଷକର ଜୀବନ ଖଣ୍ଡାଧାରରେ ଚାଲିବା ପରି । ତେଣୁ ଆପଣଙ୍କ ବରଦାନ ଠିକ୍ ବିପଦ...