- All
- AMA KUNAKUNI MAGAZINE
- award
- CELEBRATION
- distrubution
- Hingula Library
- Inaguration
- LIBRARY

ଦେବାନଙ୍କ ଶିକ୍ଷା କାଶୀପୁରର ଜମିଦାର ଘୋଡା ଚଢା, ଶୀକାର ଓ ମଲ୍ଲବିଦ୍ୟାରେ ଖୁବ୍ ପାରଙ୍ଗମ ଥିଲେ । ତାଙ୍କ ପ୍ରଜାମାନେ ବି ଏସବୁ ବିଦ୍ୟା ହାସଲ କରନ୍ତୁ, ଏହା ତାଙ୍କ ଇଚ୍ଛା ଥିଲା । ତେଣୁ ସେ ପ୍ରତି ଗ୍ରାମରେ ଗୋଟାଏ ଗୋଟାଏ କୁସ୍ତି ଆଖଡା ସ୍ଥାପନ କରିଥିଲେ । ଜଣେ ଜଣେ ମଲ୍ଲବୀରଙ୍କୁ ପ୍ରତି ଆଖଡା ଉପରେ ଅଧ୍ୟକ୍ଷ ଭାବରେ ସେ ନିଯୁକ୍ତି ଦେଇଥିଲେ । ଥରେ ଜମିଦାର ଦେଶ ଦେଶାନ୍ତର ପର୍ଯ୍ୟଟନ କରିବାକୁ ଗଲେ । ସେ ଦେଖିଲେ ଅନ୍ୟାନ୍ୟ ରାଜା ଜମିଦାରମାନେ ଆପଣା ଆପଣା...
ବୁଢ଼ା ମାଙ୍କଡ଼ର ପ୍ରତିଶୋଧ ରାଜା ସିନ୍ଧ୍ୟସେନ ବିନ୍ଧ୍ୟଗିରୀ ରାଜ୍ୟକୁ ଶାସନ କରୁଥାଆନ୍ତି । ରାଜାଙ୍କର ଅତି ସୁନ୍ଦର ଘୋଡ଼ାଗୁଡ଼ାଏ ଥାଆନ୍ତି । ଦିନକର କଥା ରାଜାଙ୍କର ରୋଷ ଶାଳାରେ ଗୋଟିଏ ମେଣ୍ଢା କେଉଁଆଡ଼ୁ ଚାଲି ଆସି ପଶିଗଲା । ତାକୁ ରୋଷେଇଆ ଲୁହା ଅଥବା କାଠ ଫାଳିଆ ଦ୍ୱାରା ପିଟିବାକୁ ଆରମ୍ଭ କରି ଦିଅନ୍ତେ ଆଉ ଜଣେ ରୋଷେଇଆ ଥିଲା ସେ ଚୁଲି ମଧ୍ୟରୁ ଖଣ୍ଡିଏ ଜଳନ୍ତା କାଠ ବାହାର କରି ଆଣି ମେଣ୍ଢାକୁ ପିଟି ଦେବାରୁ ତା’ ଦେହରେ ଥିବା ଲୋମରେ ନିଆଁ ଲାଗିଗଲା । ଏବେ ବିଚରା...
ରଙ୍ଗଡ ରାଜା ପୁରନ୍ଦର ପୁଲିନ୍ଦ ରାଜ୍ୟରେ ରାଜୁତି କରୁଥା’ନ୍ତି । ତାଙ୍କ ଦରବାରରେ ଚାରିଜଣ କପଟି ପଣ୍ଡିତ ଥା’ନ୍ତି । କିଛି ନା କିଛି ବାହାନା ଦେଖାଇ ସେମାନେ ରାଜାଙ୍କଠାରୁ ଟଙ୍କା ସୁନା ନେଇ ଆରାମ୍ରେ ଜୀବନ ବିତାଉଥା’ନ୍ତି । ଥରେ ସେମାନେ ଭାବିଲେ ରାଜାଙ୍କଠାରୁ ବହୁତ ସୁନା ଦାନ ସ୍ୱରୂପ ନେବେ । ସୁତରାଂ ସେମାନେ ଗୋଟିଏ ଉପାୟ ଠିକ୍ କଲେ । ଦିନେ ଦରବାରରେ ରାଜା ବସିଥା’ନ୍ତି, ଚାରି ପଣ୍ଡିତ ଯାଇ କହିଲେ, “ମହାରାଜ, ଗତକାଲି ଆମେମାନେ ଆପଣଙ୍କ ଜାତକ...
ତିନୋଟି ମାଛର କାହାଣୀ ଗୋଟିଏ ପୁଷ୍କରିଣୀରେ ‘ଅନଂଗତଭିଆତ’, ‘ପ୍ରତୁ୍ୟପିନ୍ନମତି’, ଏବଂ ‘ଯାଦଭଭିଷ୍ୟ’ ନାମକ ତିନୋଟି ମାଛ ରହୁଥିଲେ । ଏକଦା କେତେଜଣ ଧୀବର ସେହି ପୁଷ୍କରିଣୀ କଡଦେଇ ଯାଉଥାଆନ୍ତି । ସେମାନେ ସେହି ପୁଷ୍କରିଣୀର ନୀଳ ସ୍ୱଚ୍ଛ ଜଳରାଶିକୁ ଦେଖି କଥାବାର୍ତ୍ତା ହେଉଥାଆନ୍ତି : ଆମ୍ଭେମାନେ ସବୁ ପୋଖରୀରୁ ମାଛ ମାରି ସାରିଲୁଣି ଅଥଚ ଏହି ପୁଷ୍କରିଣୀକୁ ଆସି ନାହୁଁ । ତେଣୁ ଆସନ୍ତା କାଲି ଏହି ପୁଷ୍କରିଣୀରୁ ମାଛ ଧରିବା ପାଇଁ ଆସିବା । ଏହା କହି ଧୀବର ମାନେ ଚାଲିଗଲେ । ...
ଅସୁସ୍ଥ ବଳଦ ସଂଜୀବକ କାହାଣୀ ଅନେକ ଦିନ ତଳର କଥା । ଭାରତ ବର୍ଷର ଦକ୍ଷିଣରେ ‘ମହିଳାରୋପ୍ୟ’ ନାମରେ ଏକ ନଗରୀ ଥିଲା । ଏହି ନଗରୀରେ ଜଣେ ଧନୀ ବଣିକ ବସବାସ କରୁଥିଲେ । ସେହି ବଣିକଙ୍କ ନାମ ହେଉଛି ‘ବର୍ଦ୍ଧମାନକ’ । ଏକଦା ରାତ୍ରୀରେ ବର୍ଦ୍ଧମାନକ ବିଛଣାରେ ବିଶ୍ରାମ ନେବା ସମୟରେ ତାଙ୍କ ମନରେ ଏକ ଚିନ୍ତା ଉଙ୍କି ମାରିଲା । ସେ ଭାବିଲେ ଯେ ଯଦି ଜଣେ ମନୁଷ୍ୟ ପ୍ରଚୁର ଧନ, ଅର୍ଥ ଲାଭ କରିପାରେ ସେ ସଂସାରରେ...
ଯାହା ଚାହିଁବ ତାହା ପାଇବ ଗୋଟିଏ ନଗରୀରେ ସାଗରଦତ୍ତ ନାମକ ଏକ ବଣିକ ବାସ କରୁଥିଲେ । ତାଙ୍କର ଗୋଟିଏ ପୁତ୍ର ସନ୍ତାନ ଥିଲା । ଦିନେ ବଣିକ ପୁତ୍ର ଗୋଟିଏ ପୁସ୍ତକ ଏକ ଶହମୁଦ୍ରା ଦେଇ କିଣି ଆଣିଲେ । ଏହି ପୁସ୍ତକ ମଧ୍ୟରେ କେବଳ ଗୋଟିଏ କଥା ଲେଖାଥିଲା । ‘ତୁମର ଯାହା ପାଇବାର ଥିବ ତାହା ତୁମ ନିକଟକୁ ନିଶ୍ଚୟ ଆସିବ’ । ଅନ୍ୟ ଅର୍ଥରେ କହିଲେ ଭାଗ୍ୟ ଯାହା ନିକଟକୁ ଯାହା ପଠାଇଥାଏ ତାହା ତା’ନିକଟରେ ଆସି ନିଶ୍ଚୟ ପହଁଚିବ । ଯେତେବେଳେ ସାଗରଦତ...