- All
- AMA KUNAKUNI MAGAZINE
- award
- CELEBRATION
- distrubution
- Hingula Library
- Inaguration
- LIBRARY
ଏହା ମୋର ଦାଢି ବହୁ ଦିନ ତଳର କଥା । ଗୋଟିଏ ଗ୍ରାମରେ ହଜାରିମଲ ଏବଂ ଲାଡନଲ ନାମକ ଦୁଇ ଜଣ ବନ୍ଧୁ ବାସ କରୁଥିଲେ । ସେ ଦୁହେଁ ବଡ ବ୍ୟବସାୟୀ ଥିଲେ ଏବଂ ବହୁତ ଟଙ୍କା ଜମା କରି ରଖିଥିଲେ । କିନ୍ତୁ ହଜାରିମଲ ଟିକିଏ ଖର୍ଚ୍ଚି ସ୍ୱଭାବର ଥିଲେ । କିନ୍ତୁ ଲାଡନଲଙ୍କର ଲୋଭ ଏବଂ ଲାଳସା ଅଧିକ ଥିଲା । ହଜାରିମଲ ସଦାସର୍ବଦା ହସଖୁସିରେ ରହୁଥିଲେ । ସେ ନିଜେ ନିଶଦାଢି ବଢାଉ ନଥିଲେ । କିନ୍ତୁ ଲାଡନଲ ସର୍ବଦା ଦାଢି ଏବଂ କେଶ ବଢାଇ...
ଦୁଷ୍ଟା ଦାସୀ ଅନେକ ଦିନ ତଳର କଥା । ଇବୋ ନାମକ ରାଜ୍ୟରେ ଗୋଟିଏ ସୁନ୍ଦରୀ ଝିଅ ଥିଲା । ତା’ର ନାମ ଆକିମ୍ । ଆକିମ୍ର ବାପ ମା ତାକୁ ବାହା ଦେବା ପାଇଁ ଖୋଜି ଖୋଜି ଗୋଟିଏ ଭଲ ବର ଯୋଗାଡ କଲେ । ତା’ପରେ ବାହାଘରର ଆୟୋଜନ ମଧ୍ୟ ହେଲା । ସେ ଦେଶର ନିୟମ ଅନୁସାରେ କନ୍ୟାକୁ ତ ବର ଘରକୁ ପଠାଯାଏ । ସେହିଠାରେ ଯାଇ ଦୁହେଁ ବିବାହ କରି ରହନ୍ତି । ଏଣୁ ସେ ଆକିମ୍ର ମା ବଜାରରୁ ସବୁ ଦରକାରୀ...
ଦେଢଶହ ବର୍ଷର ଅପେକ୍ଷା ବିଶ୍ୱନାଥ ଆଚାର୍ଯ୍ୟ ଜଣେ ବିଶିଷ୍ଟ ବୈଦ୍ୟ ଥିଲେ । ଆୟୁର୍ବେଦ ସମ୍ପର୍କରେ ସେ ଅନେକ ପ୍ରାଚୀନ ପୋଥିପତ୍ର ସଂଗ୍ରହ କରିଥିଲେ । ତେବେ ଆୟୁର୍ବେଦ ସମ୍ପର୍କରେ ପୋଥିପତ୍ର ସଂଗ୍ରହ କରିବା ଅବସରରେ ଅନ୍ୟାନ୍ୟ ଅନେକ ପ୍ରକାର ବିଦ୍ୟା ଉପରେ ଲିଖିତ ପୁରୁଣା ପୋଥି ମଧ୍ୟ ତାଙ୍କ ଆୟତକୁ ଆସି ଯାଇଥିଲା । ଦିନେ ସେ ଖଣ୍ଡିଏ ପୁରୁଣା ତନ୍ତ୍ର ପୋଥି ପଢି ଦେଖିଲେ, କୌଣସି ଏକ ଶନିବାରରେ ଅମାବାସ୍ୟା ପଡିଲେ ସେଦିନ ଆଖିରେ ଗୋଟିଏ ନିର୍ଦ୍ଦିଷ୍ଟ ପ୍ରକାର ଅଞ୍ଜନ ଲଗାଇ ବାହାରିଲେ...
ଘୋଡା ଭଡା ଚାନ୍ଦିପୁର ଗ୍ରାମରେ ମୋହନ ଓ ଶେଖର ନାମକ ଦୁଇଜଣ ଚାଷୀ ଥିଲେ । ମୋହନ ଜଣେ ସାଧାସିଧା ଓ ସରଳ ଲୋକ । କିନ୍ତୁ ଶେଖର ବହୁତ ବୁଦ୍ଧିମାନ୍ । ମୋହନର ସାଧୁପଣିଆରୁ ବହୁ ସ୍ଥାନରେ ତାକୁ ଲୋକେ ଠକନ୍ତି । କନ୍ଦମୂଳ ଆମଦାନୀ ପରେ ମୋହନ ଚାହିଁଲା ସେଗୁଡିକ ନେଇ ସହରରେ ବିକିଲେ କିଛି ଅଧିକ ପଇସା ପାଇବ । ସେଥିପାଇଁ ସେ ତା’ର ବନ୍ଧୁ ଶଙ୍କର ପାଖକୁ ଯାଇ କହିଲା, “ଭାଇ ଶଙ୍କର ଦିନକ ପାଇଁ ତୋ ଘୋଡାଟିକୁ ଦେଲେ...
ଅକ୍ଷୟପାତ୍ର କୌଣସି ଏକ ଗ୍ରାମରେ ଦରିଦ୍ର ଚାଷୀଟିଏ ଥାଏ । ତା’ର ନାମ ଦୀନୁ । ସେ ଓ ତା’ର ସ୍ତ୍ରୀ ବଡ ଧର୍ମପରାୟଣ ଥିଲେ । ସେମାନଙ୍କର ପିଲାପିଲି ଗୁଡିଏ ଥିବାରୁ ତାଙ୍କର ସବୁ ପଇସା ଖାଲି ଖାଇବାରେ ହିଁ ଯାଏ, ତାହା ମଧ୍ୟ କେବଳ ପଖାଳ ତୋରାଣୀ । ଯଦି ଭାତ ତରକାରୀ ଥରେ କେବେ ହୁଏ ତ ତାହା ସେମାନଙ୍କୁ ଭୋଜି ପରି ଲାଗେ । ଏହିପରି ଭାବେ ସେମାନେ ବଡ ଦାରିଦ୍ର୍ୟରେ ଜୀବନ ବିତାଉ ଥିଲେ ମଧ୍ୟ ଘରକୁ କେହି ଅତିଥି ଆସିଲେ...
ରାଣୀ ପସନ୍ଦ ନିଶା ଗରଜୁଥାଏ । ତୁହାକୁ ତୁହା ଶୀତଳ ପବନ ସାଙ୍ଗକୁ ଝିପିଝିପି ବର୍ଷା ମଧ୍ୟ ହେଉଥାଏ । ଆଖପାଖର ବଣବୁଦା ଭିତରୁ ସାଇଁ ସାଇଁ ପବନ ଭାସି ଆସୁଥାଏ । ଘଡଘଡି ଓ ଶ୍ୱାନ ଶ୍ୱାପଦଙ୍କ ରଡି ସହିତ ମଝିରେ ମଝିରେ ଅଶରୀରିମାନଙ୍କର ଅଟ୍ଟହାସ୍ୟ ଶୁଭୁଥାଏ । ଘନଘନ ବିଜୁଳି ଆଲୁଅରେ ଭୟାବହ ମୁହଁଟିମାନ ଦିଶିଯାଉଥାଏ । କିନ୍ତୁ ରାଜା ବିକ୍ରମାର୍କ ତିଳେ ମଧ୍ୟ ବିଚଳିତ ବୋଧ ନକରି ପୁନର୍ବାର ସେ ପ୍ରାଚୀନ ବୃକ୍ଷଟି ପାଖକୁ ଲେଉଟି ଆସିଲେ ଓ ବୃକ୍ଷାରୋହଣ କରି ଶବଟିକୁ ଉତାରି ଆଣିଲେ ।...
