- All
- AMA KUNAKUNI MAGAZINE
- award
- CELEBRATION
- distrubution
- Hingula Library
- Inaguration
- LIBRARY
ସ୍କୁଟର ତମକୁ କିଏ କହିଲା ଏ ଭଙ୍ଗା ସ୍କୁଟର ଚଢି ମୋ ହଷ୍ଟେଲ ପାଖକୁ ଆସିବାକୁ? ମୋତେ ଫୋନ୍ କରିଥିଲେ ମୁଁ ଅଧାବାଟ ଯାଏଁ ଚାଲି ଯାଇଥାନ୍ତି। ହେଉ ଦିଅ ଦିଅ ପଇସା ଦେଇ ଜଲଦି ଏଠୁ ପଳାଅ। ମୋ ସାଙ୍ଗ ମାନେ କାଳେ ଆସିଯିବେ। ଆଉ ତୁମର ଏ ଭଙ୍ଗା ସ୍କୁଟର ଦେଖି ସେମାନେ ମୋ’ର ମଜା ଉଡେଇବେ। ପୁଅ ସଞ୍ଜୟ ମୁହଁରୁ ଏପରି କଥା ଶୁଣି ନବୀନ ଙ୍କ ହସ ହସ ମୁହଁଟି ଏକଦମ୍ ମଉଳି ଯାଇଥିଲା। ତୁ ଖାଇଛୁ ଟି ବା…..? ତୋ ମୁହଁଟା ଏମିତି ଶୁଖି କଳାକାଠ...
ମିଛୁଆ, ଖଚୁଆ, ଚୁଗୁଲିଆ ଜଙ୍ଗଲର ରାଜା ସିଂହ ଗୁମ୍ଫାରେ ବାସ କରୁଥାଏ । ହଠାତ୍ ସିଂହର ଦେହ ଖରାପ ହୋଇଯିବାରୁ ସେ ଜଙ୍ଗଲରେ ବୁଲି ଶିକାର କରି ପାରିଲା ନାହିଁ । ସୁତରାଂ ଜଙ୍ଗଲର ପଶୁମାନେ ଜଣଜଣ କରି ସିଂହ ପାଇଁ ପଥ୍ୟଦ୍ରବ୍ୟ ଆଣି ଭେଟି ଦେଲେ । ହେଲେ ବହୁତ ଦିନ ଯାଏଁ ବିଲୁଆର ଦେଖାନଥାଏ । କିଛିଦିନ ପରେ ବିଲୁଆ ଭାବିଲା ମୁଁ ରାଜାଙ୍କୁ ସାକ୍ଷାତ କରିବା ପାଇଁ ଯାଇ ନଥିବାରୁ ରାଜା ବୋଧେ ମୋ ଉପରେ ରାଗିଥିବେ । ତେଣୁ ଯାଉଛି ରାଜଉଆସ...
ଅଳ୍ପ ଦିନର ସାଥି ଅଜଣା ରାସ୍ତାରେ ଚାଲୁ ଚାଲୁ ଝୁଣ୍ଟି ପଡିବାର ସମ୍ଭାବନା ଅନିର୍ବାଜ। ଅଜଣା ରାସ୍ତାଟି ଯଦି କଣ୍ଟକିତ ଓ ଅଣଓସରିଆ ହୋଇଥାଏ, ତ ସରିଗଲା କଥା। କେଉଁ ମୁହୂର୍ତ୍ତରେ ସମୟ ଆସି ଠେଲି ଦେଇ ଯିବ କିଛି ଠିକଣା ନାହିଁ । ଏମିତି ଏକ ରାସ୍ତାରେ ଦିନେ ଚାଲିଥିଲା ଆରାଧ୍ୟା। ପିଜିର ପ୍ରଥମ ଦିନ ହିଁ କଲେଜରେ ଜଣେ କ୍ଲାସମେଟ ପୁଅ ସହ ଝଗଡା ହୋଇ ଯାଇଥିଲା, କମେଣ୍ଟ ମରାକୁ ନେଇକି । ପୁଅଟି ଦେଖିବାକୁ ଭାରି ହ୍ୟାଣ୍ଡସମ । ଅରୁଣ, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଗଣିତ...
ବିଳାସୀ ମହନ୍ତ ଗଙ୍ଗାକୂଳରେ ଗୋଟିଏ ଛୋଟ ସହର । ସେଠାରେ ଅନେକ ମନ୍ଦିର ଆଉ ମଠ । ତୀର୍ଥସ୍ଥାନ ବୋଲି ବର୍ଷ ସାରା ସେଠାରେ ଯାତ୍ରୀଗହଳି ଲାଗି ରହିଥାଏ । ବାରମାସରେ ତେର ପର୍ବ । କେତେ ଦୂର ଦେଶରୁ ସାଧୁ, ସନ୍ନ୍ୟାସୀ, ବଣିକ, ରାଜା, ଜମିଦାର ଏହି ସହରକୁ ଆସନ୍ତି ନିଜ ମନ ପରିବର୍ତ୍ତନ କରିବା ପାଇଁ । ଏହି ତୀର୍ଥଯାତ୍ରୀ ମାନଙ୍କଠାରୁ ହିଁ ମଠ ଓ ମନ୍ଦିରମାନଙ୍କର ଭଲ ଆୟ ହୋଇଥାଏ । ତେବେ ସେ ଗଙ୍ଗା କୂଳକୁ ଲାଗି ଗୋଟିଏ ମଠ ଥାଏ, ଯାହାର ମହନ୍ତ...
ଖାଲ ଖୋଳିବା ଲୋକଙ୍କ କୁଅଁ ଏକଦା ଗୋଟିଏ ଜଙ୍ଗଲରେ ଗୋଟିଏ ସିଂହ ଅସୁସ୍ଥ ହୋଇ ଗୁମ୍ଫା ଭିତରେ ଶୋଇ ରହି ଥିଲା । ଏଥିରେ ଚିନ୍ତିତ ହୋଇ ଜଙ୍ଗଲର ସବୁ ପ୍ରାଣୀ ଆସି ସିଂହ ରାଜାଙ୍କ ଭଲ ମନ୍ଦ ପଚାରି ବୁଝି ଯାଉ ଥିଲେ ଆଉ ତାଙ୍କୁ ସୁସ୍ଥ କରିବା ପାଇଁ ସବୁ ଦିନ ଔଷଧ ତଥା ଦାରୁର ବ୍ୟବସ୍ଥା କରୁ ଥିଲେ । ପରନ୍ତୁ ଯେତେ ସେବା କଲେ ମଧ୍ୟ ସିଂହରାଜାଙ୍କ ଦେହ ଦିନକୁ ଦିନ ଖରାପ ଆଡକୁ ଗତି କରୁ ଥିଲା । ନା ସିଂହ ରୋଗରୁ ମୁକ୍ତ ହେଲା...
ଘର କଥା ମନି ବୋଉ -“କିଏ? ଝିଲି ବୋଉ କି? ଆସ ଆସ l ହେଇ ତମ କଥା ମନେ ମନେ ପକଉ ପକଉ ଆସି ପହଞ୍ଚିଗଲ l ଏ ସବୁ କଣ ?” ଝିଲି ବୋଉ – “ବୋହୁ ଆମର ପ୍ରଥମ କରି ସାବିତ୍ରୀ କରୁଛି ମନି ବୋଉ l ଭାରରୁ କିଛି ତୁମ ପାଇଁ ଆଣି ଆସିଥିଲି l ଆମ ସାହିର ପୁରୁଖା ଲୋକ ତମେ l ଆମ ପିଲା ମାନଙ୍କୁ ଆଶୀର୍ବାଦ କରିବ l ଆଉ ତୁମ ପିଲେ କେମିତି ଅଛନ୍ତି?” ମନି ବୋଉ -“ହୁଁ...
