Site icon maahingulalibrary.com

READ ODIA STORY

  • All
  • AMA KUNAKUNI MAGAZINE
  • award
  • CELEBRATION
  • distrubution
  • Hingula Library
  • Inaguration
  • LIBRARY
ଅଶୁଭ ଗୃହ

April 25, 2025

ଅଶୁଭ ଗୃହ      ସୂର୍ଯ୍ୟାସ୍ତ ସମୟରେ ଅରଣ୍ୟ ମାର୍ଗରେ ଜଣେ ମଧ୍ୟବୟସ୍କ ବ୍ୟକ୍ତି ଯାଉଥିଲେ । ମୁହଁରେ ତାଙ୍କର ଉଦାସ ଭାବ । ରହି ରହି ସେ ଚାରିଆଡକୁ ଚାହୁଁଥିଲେ; ମନକୁ ମନ କିଛି କଥା ମଧ୍ୟ ସେ କହୁଥାନ୍ତି । ହଠାତ୍ ଜଣେ ବୁଢା ଉଚ୍ଚ ସ୍ୱରରେ କାନ୍ଦି କାନ୍ଦି ଆସି ତାଙ୍କ ନିକଟରେ ପହଁଚିଲା ।        ବ୍ୟକ୍ତି ଜଣକ ବୁଢାକୁ ପଚାରିଲେ, “କାନ୍ଦୁଛ କାହିଁକି?” ବୁଢା କହିଲା, “ମୋ ଦୁଃଖ ବିଷୟ ଜାଣି ତୁମର କ’ଣ ବା ଲାଭ ହେବ? ତୁମେ କ’ଣ ତାହା ଦୂର କରି...

April 25, 2025

ବିଷ୍ଣୁଭଟ୍ଟ ବିରଚିତ        ଚନ୍ଦନପୁର ଏକ ଛୋଟ ରାଜ୍ୟ ହେଲେ ମଧ୍ୟ, ଏହାର ଅଧିପତି କମଳଚନ୍ଦ୍ର, କବି ଓ ପଣ୍ଡିତମାନଙ୍କୁ ବଡ ଆଦର କରନ୍ତି । ଏଥିନେଇ ତାଙ୍କର ବେଶ୍ ସୁନାମ ଅଛି । ଯୁବକ ମୁରଲୀନାଥ, ଦରବାରର ବିଶିଷ୍ଟ କବିମାନଙ୍କ ମଧ୍ୟରେ ଅନ୍ୟତମ । ନିଜର କବି ପ୍ରତିଭା ଓ ବାକ୍ଚାତୁର୍ଯ୍ୟ ପାଇଁ, ସେ ରାଜାଙ୍କର ଅତ୍ୟନ୍ତ ପ୍ରିୟପାତ୍ର । ରାଜାଙ୍କ ସହିତ ତାଙ୍କର ଘନିଷ୍ଠତା ଅନ୍ୟ କବିମାନଙ୍କୁ ଇର୍ଷାନ୍ୱିତ କରୁଥାଏ । ତାଙ୍କଠାରୁ ବୟସ ଓ ଅଭିଜ୍ଞତା ଦୃଷ୍ଟିରୁ ବଡ, ଦୁଇ ତିନିଜଣ କବି ତାଙ୍କୁ ଆଦୌ ସହ୍ୟ କରିପାରୁ...

April 25, 2025

ସିଦ୍ଧିଲାଭର ସଦୁପଯୋଗ        ଏକ ବିଶାଳ ନଗରୀ ଥିଲା । ସେଠାରେ ଜଣେ ବୁଦ୍ଧିଜୀବୀ ବାସ କରୁଥିଲେ । ଦିନେ ସେ ମନେ ମନେ ଠିକ୍ କଲେ ହିମାଳୟକୁ ଯାଇ ତପସ୍ୟା କରିବେ । ଶେଷରେ ସେଇଆ ହେଲା । କଠୋର ତପସ୍ୟା କରି ବୁଦ୍ଧିଜୀବୀ ସିଦ୍ଧିଲାଭ କଲେ । ସେଥିରେ ଅନ୍ତରୀକ୍ଷକୁ ଯାଇ ଫେରିବା ସିଦ୍ଧି ଥିଲା ଅନ୍ୟତମ ।         ହିମାଳୟରୁ ଫେରି ଆତ୍ମବଡିମା ପ୍ରକାଶ ପାଇଁ ବୁଦ୍ଧିଜୀବୀ ସିଦ୍ଧିର କୌଶଳ ପ୍ରଦର୍ଶନ ବି କଲେ । ବୁଦ୍ଧିଜୀବୀଙ୍କର ଅଲୌକିକ ଶକ୍ତି ଯିଏ ଦେଖିଲା ପ୍ରଶଂସା...

April 25, 2025

ଏହା ମୋର ଦାଢି       ବହୁ ଦିନ ତଳର କଥା । ଗୋଟିଏ ଗ୍ରାମରେ ହଜାରିମଲ ଏବଂ ଲାଡନଲ ନାମକ ଦୁଇ ଜଣ ବନ୍ଧୁ ବାସ କରୁଥିଲେ । ସେ ଦୁହେଁ ବଡ ବ୍ୟବସାୟୀ ଥିଲେ ଏବଂ ବହୁତ ଟଙ୍କା ଜମା କରି ରଖିଥିଲେ । କିନ୍ତୁ ହଜାରିମଲ ଟିକିଏ ଖର୍ଚ୍ଚି ସ୍ୱଭାବର ଥିଲେ । କିନ୍ତୁ ଲାଡନଲଙ୍କର ଲୋଭ ଏବଂ ଲାଳସା ଅଧିକ ଥିଲା । ହଜାରିମଲ ସଦାସର୍ବଦା ହସଖୁସିରେ ରହୁଥିଲେ । ସେ ନିଜେ ନିଶଦାଢି ବଢାଉ ନଥିଲେ । କିନ୍ତୁ ଲାଡନଲ ସର୍ବଦା ଦାଢି ଏବଂ କେଶ ବଢାଇ...

April 26, 2025

ଦୁଷ୍ଟା ଦାସୀ          ଅନେକ ଦିନ ତଳର କଥା । ଇବୋ ନାମକ ରାଜ୍ୟରେ ଗୋଟିଏ ସୁନ୍ଦରୀ ଝିଅ ଥିଲା । ତା’ର ନାମ ଆକିମ୍ । ଆକିମ୍ର ବାପ ମା ତାକୁ ବାହା ଦେବା ପାଇଁ ଖୋଜି ଖୋଜି ଗୋଟିଏ ଭଲ ବର ଯୋଗାଡ କଲେ । ତା’ପରେ ବାହାଘରର ଆୟୋଜନ ମଧ୍ୟ ହେଲା । ସେ ଦେଶର ନିୟମ ଅନୁସାରେ କନ୍ୟାକୁ ତ ବର ଘରକୁ ପଠାଯାଏ । ସେହିଠାରେ ଯାଇ ଦୁହେଁ ବିବାହ କରି ରହନ୍ତି । ଏଣୁ ସେ ଆକିମ୍ର ମା ବଜାରରୁ ସବୁ ଦରକାରୀ...

April 27, 2025

ଦେଢଶହ ବର୍ଷର ଅପେକ୍ଷା       ବିଶ୍ୱନାଥ ଆଚାର୍ଯ୍ୟ ଜଣେ ବିଶିଷ୍ଟ ବୈଦ୍ୟ ଥିଲେ । ଆୟୁର୍ବେଦ ସମ୍ପର୍କରେ ସେ ଅନେକ ପ୍ରାଚୀନ ପୋଥିପତ୍ର ସଂଗ୍ରହ କରିଥିଲେ । ତେବେ ଆୟୁର୍ବେଦ ସମ୍ପର୍କରେ ପୋଥିପତ୍ର ସଂଗ୍ରହ କରିବା ଅବସରରେ ଅନ୍ୟାନ୍ୟ ଅନେକ ପ୍ରକାର ବିଦ୍ୟା ଉପରେ ଲିଖିତ ପୁରୁଣା ପୋଥି ମଧ୍ୟ ତାଙ୍କ ଆୟତକୁ ଆସି ଯାଇଥିଲା ।          ଦିନେ ସେ ଖଣ୍ଡିଏ ପୁରୁଣା ତନ୍ତ୍ର ପୋଥି ପଢି ଦେଖିଲେ, କୌଣସି ଏକ ଶନିବାରରେ ଅମାବାସ୍ୟା ପଡିଲେ ସେଦିନ ଆଖିରେ ଗୋଟିଏ ନିର୍ଦ୍ଦିଷ୍ଟ ପ୍ରକାର ଅଞ୍ଜନ ଲଗାଇ ବାହାରିଲେ...

Exit mobile version