- All
- AMA KUNAKUNI MAGAZINE
- award
- CELEBRATION
- distrubution
- Hingula Library
- Inaguration
- LIBRARY

ବନ୍ଦିନୀ ପରୀ ଶମ୍ଭୁଦାସ ଅନୁରାଧାପୁରରେ ଦୋକାନଟିଏ କରି ରହୁଥିଲେ । ସେ ଦୂରବର୍ତ୍ତୀ ଏକ ସ୍ଥାନରୁ ଆସିଥିଲେ । ତେଣୁ ସେ ଅତୀତରେ କ’ଣ କରୁଥିଲେ, ସେକଥା ଅନୁରାଧାପୁରର କେହି ଲୋକ ଜାଣି ନଥିଲେ । କେବଳ ବିଜୟ ସେକଥା ମୋଟାମୋଟି ଭାବେ ଜାଣିଥିଲା । ବିଜୟ ଗୋଟିଏ ପିଲା । ଛେଉଣ୍ଡ । ତାକୁ ଶମ୍ଭୁଦାସ ପାଳିଥିଲେ । ବିଜୟକୁ ଶମ୍ଭୁଦାସ ବହୁତ ସ୍ନେହ କରୁଥିଲେ । ସେ ଯେପରି ଭଲ ମଣିଷ ହେବ, ସେଥିପାଇଁ ଅନେକ ଉପଦେଶ ଦେଉଥିଲେ । ବିଜୟ ଜାଣିଥିଲା ଶମ୍ଭୁଦାସ ଅତୀତରେ ଜଣେ ବଡ...

ଡାକୁ ଭୈରବ(ବେତାଳ କାହାଣୀ) ନିଶା ଗରଜୁ ଥାଏ । ତେଣେ ବାହାରେ ତୁହାକୁ ତୁହା ଶୀତଳ ପବନ ସାଙ୍ଗକୁ ମୃଦୁ ମୃଦୁ ବର୍ଷା । ବଣବୁଦା ଭିତରୁ ସାଇଁ ସାଇଁ ଶବ୍ଦ ଭାସି ଆସୁଥାଏ ତଥା ଶ୍ୱାନଶ୍ୱାପଦଙ୍କ ରଡି ସାଙ୍ଗକୁ ଅଶରୀରୀମାନଙ୍କର ଅଟ୍ଟହାସ୍ୟ ଶୁଭୁଥାଏ । ଘନ ଘନ ବିଜୁଳି ଆଲୋକରେ ଭୟାବହ ମୁହଁଟିମାନ ଦିଶି ଯାଉଥାଏ । କିନ୍ତୁ ରାଜା ବିକ୍ରମାର୍କ ତିଳେମାତ୍ର ମଧ୍ୟ ବିଚଳିତ ବୋଧ ନ କରି ସେହି ପ୍ରାଚୀନ ବୃକ୍ଷଟି ପାଖକୁ ଲେଉଟିଗଲେ ଏବଂ ବୃକ୍ଷାରୋହଣ...

ହାତ ଖର୍ଚ୍ଚ ଚକ୍ରଧରପୁର ଗ୍ରାମରେ ଭରତ ନାମକ ଜଣେ କୃଷକ ବାସ କରନ୍ତି । ତାଙ୍କର ପାଞ୍ଚ ଏକର ଉର୍ବର ଜମି ଥାଏ । ପୁତ୍ର ଚନ୍ଦନ ଓ ସେ କଠିନ ପରିଶ୍ରମ କରି କ୍ଷେତରେ ସାରାବର୍ଷ ବିଭିନ୍ନ ପ୍ରକାରର ଫସଲ କରନ୍ତି । ତେଣୁ ସେମାନଙ୍କ ଆୟ ମଧ୍ୟ ଖୁବ୍ ଭଲ ହୁଏ । ଏ ବର୍ଷ ଭଲ ହରଡ ଡାଲି ଅମଳ ହୋଇଥାଏ । ସେମାନେ ସଠିକ୍ ଦାମ୍ ରେ ତାହା ବିକ୍ରି କରିବାର ସୁଯୋଗର ଅପେକ୍ଷାରେ ରହିଥାନ୍ତି । ଅମଳ ହୋଇଥିବା...

ଯଥା ରାଜା ତଥା ପ୍ରଜା ଅନେକ କାଳ ତଳର କଥା । ବିଜୟଗଡ ରାଜ୍ୟ ବ୍ୟାପି ଅରାଜକତା ବ୍ୟାପିଥାଏ । ଦେଶରେ ଯେତିକି ଚୋରି, ଗୁଣ୍ଡାମି ବଢିଥାଏ, ଜନସାଧାରଣ ବି ସେତିକି ମାତ୍ରାରେ ବିଶୃଙ୍ଖଳ ବ୍ୟବହାର କରୁଥାନ୍ତି । ଯଦି ଚୋରଟିଏ ଧରା ପଡିଗଲା, ତେବେ ତାକୁ ସିପାହୀମାନଙ୍କ ଜିମା ନଦେଇ ନିଜେ ନିଜେ ଛେଚି ଦେଉଥାନ୍ତି । ବିଚାରାଳୟରୁ କୌଣସି ବିଷୟରେ କୌଣସି ନିଷ୍ପତି ଘୋଷଣା କରାଗଲେ ମଧ୍ୟ ତାକୁ ଲୋକେ ପ୍ରାୟ ମାନୁ ନଥାନ୍ତି । ଏଣେ...

ଦୂରଦୃଷ୍ଟି ହରିପୁର ଗ୍ରାମରେ ନାଗେଶ୍ୱର ନାମକ ଜଣେ ସାଧାରଣ ପରିବାରର ଲୋକ ରହୁଥିଲେ । ତାଙ୍କର ପତ୍ନୀ ଓ ଦୁଇଟି ସନ୍ତାନ ଥିଲେ । ଏକମାତ୍ର ଭଉଣୀର ବିବାହ ସୁଗନ୍ଧପୁର ନିବାସୀ ବର୍ଦ୍ଧନଙ୍କ ସହିତ ହୋଇ ସାରିଥାଏ । ତେଣୁ ସେ ତା’ ଶ୍ୱଶୁର ଘରେ ଥାଏ । ବର୍ଦ୍ଧନ ମଧ୍ୟ ସାଧାରଣ ପରିବାରର ଅଟନ୍ତି । କିଛି ଦିନ ପରେ ବର୍ଦ୍ଧନ ହୃଦରୋଗରେ ପୀଡିତ ହେଲେ । ଏଭଳି ପରିସ୍ଥିତିରେ ନାଗେଶ୍ୱରଙ୍କ ପତ୍ନୀ ନିଜ ପତିଙ୍କୁ ଅନୁରୋଧ କରି ବର୍ଦ୍ଧନ ଓ ତାଙ୍କ ପତ୍ନୀ...

କୌଣସି ଏକ ବିଶାଳ ବନସ୍ତ ଥିଲା । ସେହି ବନସ୍ତ ମଧ୍ୟରେ ଥିଲା ବିଶାଳ ବୃକ୍ଷଟିଏ । ବୃକ୍ଷଟି ବନସ୍ତର ଖୁବ୍ ଶୋଭାବର୍ଦ୍ଧନ କରୁଥିଲା । ସେପରି ଏକ ବିଶାଳବୃକ୍ଷ ଅନ୍ୟ କୌଣସି ବନସ୍ତରେ ଦେଖାଯାଉନଥିଲା । କାରଣ ଏହି ବିଶାଳ ବୃକ୍ଷ ଏପରି ଏକ ବିଶାଳ ବନସ୍ତରେ ରହିବାରେ କୌଣସି ଏକ ବିଶେଷ କଥାକୁ ଧରି ରହିଥିଲା । ଦିନକର କଥା, ସେହି ବିଶାଳ ବୃକ୍ଷ ତଥା ସୁନ୍ଦର ରମଣୀୟ ଶୋଭାପ୍ରତି ଆକୃଷ୍ଟ ହୋଇ କେଉଁଆଡ଼ୁ ଆସିଥିବା ସିଂଧୁକ ନାମକ ପକ୍ଷୀ ତାହାକୁ...