READ ODIA STORY

  • All
  • AMA KUNAKUNI MAGAZINE
  • award
  • CELEBRATION
  • distrubution
  • Hingula Library
  • Inaguration
  • LIBRARY
ସଂଚୟର ମହତ୍ୱ

May 15, 2025

ସଂଚୟର ମହତ୍ୱ      ଏକ ଛୋଟ ଗ୍ରାମରେ ଅନନ୍ତର ଜନ୍ମ । ଅଠର ବର୍ଷ ବୟସରେ ବିଦ୍ୟାଳୟ ଶିକ୍ଷା ସମାପ୍ତ କରିବା ବେଳକୁ ତା’ ପିତାଙ୍କର ଦେହାନ୍ତ ଘଟିଲା । ତାକୁହିଁ କ୍ଷେତ ବାଡିର କଥା ବୁଝିବାକୁ ପଡିଲା । ଏଥି ସହିତ ସେ ନିଜ ପାଇଁ ଚାକିରୀଟିଏ ମଧ୍ୟ ଯୋଗାଡ କଲା ।        ଜମିଦାରଙ୍କ ଦୋକାନରେ ଛୋଟ ଚାକିରୀଟିଏ ପାଇ ସେ ଖୁବ୍ ଖୁସି ହେଲା । ଜମିଦାର ଜଗପତି ଜଣେ ସ୍ନେହଶୀଳ ବ୍ୟକ୍ତି । ନିଜର କର୍ମଚାରୀ ମାନଙ୍କର ସୁଖଦୁଃଖ, ଅଭାବ ଅସୁବିଧା ପ୍ରତି ତାଙ୍କର ଖୁବ୍...

ଷଡଯନ୍ତ୍ରର ସୁଫଳ

May 17, 2025

ଷଡଯନ୍ତ୍ରର ସୁଫଳ        ଅମିରୁ ଆଲାମ ସହରର ସୁଲତାନ୍ ଥିଲେ । ତାଙ୍କ ଦରବାରରେ ଦଶଜଣ ଉଜୀର୍ ଥିଲେ । କିନ୍ତୁ ସେମାନେ ସଦାବେଳେ ସୁଲତାନ୍ଙ୍କ ଅଜାଣତରେ ଲୋକଙ୍କ ଉପରେ ଅତ୍ୟାଚାର କରି ଅନେକ ଧନସମ୍ପତ୍ତି ଠକି ଖାଉଥିଲେ । ଅବଶେଷରେ ପଡୋଶୀ ରାଜ୍ୟର ସୁଲତାନ୍ ଯେତେବେଳେ ରାଜ୍ୟ ଆକ୍ରମଣ କଲେ, ସେତେବେଳେ ଏଇ ବିଶ୍ୱାସଘାତକ ଉଜୀରମାନେ ଗୁପ୍ତରେ ପଡୋଶୀ ରାଜ୍ୟକୁ ସାହାଯ୍ୟ କଲେ । ତେଣୁ ଅନାୟାସରେ ପଡୋଶୀ ରାଜ୍ୟର ସୁଲତାନ୍ ଅମିରୁଙ୍କ ଦୁର୍ଗ ଦଖଲ କଲେ । ସେଇ ଗୋଳମାଳ ଭିତରେ ସୁଲତାନ୍ ଅମିରୁ ନିଜର ସ୍ତ୍ରୀ ଓ ଶିଶୁପୁତ୍ରକୁ...

ନୂତନ ଦଣ୍ଡ

May 17, 2025

ନୂତନ ଦଣ୍ଡ          ଚନ୍ଦ୍ରସେନ ନାମକ ଜଣେ ରାଜାଙ୍କ ନିକଟରେ ଭୂଷଣ ନାମକ ବିଦୁଷକ ଥିଲେ । ରାଜାଙ୍କୁ ଖୁସି ରଖିବାରେ ସେ ଅଦ୍ୱିତୀୟ ଥିଲେ । ଦିନେ ରାଜା ତାଙ୍କ ଉପରେ ଖୁସି ହୋଇ କହିଲେ, “ବିଦୁଷକ, ତୁମେ ମୋତେ କିଛି ବର ମାଗ ଯେଉଁଥିରେ କି ମୋର କିଛି କ୍ଷତି ନହେଉ ଓ ତୁମର ବହୁତ ଲାଭ ହେଉ ।”        ରାଜାଙ୍କ ଏଭଳି କଥାରେ ଭୂଷଣ କହିଲେ, “ମହାରାଜ ବିଦୁଷକର ଜୀବନ ଖଣ୍ଡାଧାରରେ ଚାଲିବା ପରି । ତେଣୁ ଆପଣଙ୍କ ବରଦାନ ଠିକ୍ ବିପଦ...

କଥାକୁହା ଫଳ

May 18, 2025

କଥାକୁହା ଫଳ      ଜଣେ ରାଜାଙ୍କ ପାଖରେ ଅଗଣିତ ଗାଈ ଥିଲେ । ପଶୁପାଳକ ପ୍ରତିଦିନ ସେହି ଗାଈଗୁଡିକ ଚରାଇବା ପାଇଁ ପାହାଡ ନିକଟସ୍ଥ ପ୍ରାନ୍ତରକୁ ନେଇ ଯାଆନ୍ତି । କିନ୍ତୁ ସଂନ୍ଧ୍ୟା ସମୟକୁ ଫେରିବାବେଳକୁ ଗାଈଙ୍କ ସଂଖ୍ୟା ସମୟକୁ ଫେରିବାବେଳକୁ ଗାଈଙ୍କ ସଂଖ୍ୟା କମି ଯାଇଥାଏ । ଏପରି କିଛିଦିନ ଲଗାତାର ଘଟିବାରୁ ରାଜା ଖୁବ୍ ଚିନ୍ତିତ ହୋଇ ପଡିଲେ । ଅନେକ ପ୍ରକାର ସତର୍କତା ଅବଲମ୍ବନ କଲେ । ମାତ୍ର ଗାଈମାନଙ୍କର ଅନ୍ତର୍ଦ୍ଧାନ ବନ୍ଦ ହେଲା ନାହିଁ । ପଶୁପାଳକଙ୍କୁ ରାଜା ଏହାର କାରଣ ବାରମ୍ବାର ପଚାରିଲେ ସେମାନେ ସେହି ଏକା...

କଖାରୁ ଓ ରାଜାଝିଅ

May 20, 2025

କଖାରୁ ଓ ରାଜାଝିଅ             ବହୁତ ଦିନ ତଳର କଥା । ଗୋଟିଏ କୃଷକ ଓ ତା’ସ୍ତ୍ରୀ ବିଲରେ ଚାଷ କରି ପେଟ ପୋଷୁଥାନ୍ତି । ସେମାନଙ୍କର କୌଣସି ପିଲାପିଲି ନଥାନ୍ତି ।             ଦିନେ ସେମାନେ ବିଲରେ ଚାଷ କରୁଛନ୍ତି, ହଠାତ୍ ସେ କୃଷକ ତା’ ସ୍ତ୍ରୀକୁ କହିଲା, ‘ମୋତେ ଖୁବ୍ ଭୋକ ଲାଗୁଛି । ତେଣୁ ତୁ ଘରକୁ ଯାଇ କିଛି ମକା ଭାଜି ଆଣ ।’                ...

ରୋଜି ଓ ପରୀରାଣୀ

May 22, 2025

ରୋଜି ଓ ପରୀରାଣୀ        ସେ କାଳରେ ଫ୍ରାନ୍ସରେ ଜଣେ ରାଜା ରାଜୁତି କରୁଥିଲେ । ବହୁକାଳଯାଏଁ ତାଙ୍କ ରାଣୀଙ୍କର କିଛି ବି ସନ୍ତାନ ହେଲା ନାହିଁ । ଏହି କାରଣରୁ ରାଜା ରାଣୀ ଦୁହେଁ ବଡ ମନ ଦୁଃଖରେ ଥାଆନ୍ତି । କେତେ ଦିଅଁ ଦେବତା ଡାକିଲା ପରେ ଯାଇ ରାଣୀଙ୍କର ଚନ୍ଦ୍ରଉଦିଆ ପରି ଦୁଇଟି ଜାଆଁଳା ଝିଅ ହେଲେ । ସେ ଦୁହେଁ ଦେଖିବାକୁ ଭାରି ସୁନ୍ଦର ଥିଲେ । ଦୁଇଜଣଙ୍କ ନାଁ ଦିଆହେଲା ‘ଗୋଲାପ’ ଆଉ ‘ହେନା’ । ତିନିବର୍ଷ ପରେ ରାଣୀଙ୍କର ଆଉ ଗୋଟିଏ ଝିଅ ହେଲା...

Share to...