READ ODIA STORY

  • All
  • AMA KUNAKUNI MAGAZINE
  • award
  • CELEBRATION
  • distrubution
  • Hingula Library
  • Inaguration
  • LIBRARY

April 28, 2025

ଘୋଡା ଭଡା      ଚାନ୍ଦିପୁର ଗ୍ରାମରେ ମୋହନ ଓ ଶେଖର ନାମକ ଦୁଇଜଣ ଚାଷୀ ଥିଲେ । ମୋହନ ଜଣେ ସାଧାସିଧା ଓ ସରଳ ଲୋକ । କିନ୍ତୁ ଶେଖର ବହୁତ ବୁଦ୍ଧିମାନ୍ । ମୋହନର ସାଧୁପଣିଆରୁ ବହୁ ସ୍ଥାନରେ ତାକୁ ଲୋକେ ଠକନ୍ତି ।           କନ୍ଦମୂଳ ଆମଦାନୀ ପରେ ମୋହନ ଚାହିଁଲା ସେଗୁଡିକ ନେଇ ସହରରେ ବିକିଲେ କିଛି ଅଧିକ ପଇସା ପାଇବ । ସେଥିପାଇଁ ସେ ତା’ର ବନ୍ଧୁ ଶଙ୍କର ପାଖକୁ ଯାଇ କହିଲା, “ଭାଇ ଶଙ୍କର ଦିନକ ପାଇଁ ତୋ ଘୋଡାଟିକୁ ଦେଲେ...

April 29, 2025

ଅକ୍ଷୟପାତ୍ର      କୌଣସି ଏକ ଗ୍ରାମରେ ଦରିଦ୍ର ଚାଷୀଟିଏ ଥାଏ । ତା’ର ନାମ ଦୀନୁ । ସେ ଓ ତା’ର ସ୍ତ୍ରୀ ବଡ ଧର୍ମପରାୟଣ ଥିଲେ । ସେମାନଙ୍କର ପିଲାପିଲି ଗୁଡିଏ ଥିବାରୁ ତାଙ୍କର ସବୁ ପଇସା ଖାଲି ଖାଇବାରେ ହିଁ ଯାଏ, ତାହା ମଧ୍ୟ କେବଳ ପଖାଳ ତୋରାଣୀ । ଯଦି ଭାତ ତରକାରୀ ଥରେ କେବେ ହୁଏ ତ ତାହା ସେମାନଙ୍କୁ ଭୋଜି ପରି ଲାଗେ ।        ଏହିପରି ଭାବେ ସେମାନେ ବଡ ଦାରିଦ୍ର୍ୟରେ ଜୀବନ ବିତାଉ ଥିଲେ ମଧ୍ୟ ଘରକୁ କେହି ଅତିଥି ଆସିଲେ...

ରାଣୀ ପସନ୍ଦ

April 30, 2025

ରାଣୀ ପସନ୍ଦ       ନିଶା ଗରଜୁଥାଏ । ତୁହାକୁ ତୁହା ଶୀତଳ ପବନ ସାଙ୍ଗକୁ ଝିପିଝିପି ବର୍ଷା ମଧ୍ୟ ହେଉଥାଏ । ଆଖପାଖର ବଣବୁଦା ଭିତରୁ ସାଇଁ ସାଇଁ ପବନ ଭାସି ଆସୁଥାଏ । ଘଡଘଡି ଓ ଶ୍ୱାନ ଶ୍ୱାପଦଙ୍କ ରଡି ସହିତ ମଝିରେ ମଝିରେ ଅଶରୀରିମାନଙ୍କର ଅଟ୍ଟହାସ୍ୟ ଶୁଭୁଥାଏ । ଘନଘନ ବିଜୁଳି ଆଲୁଅରେ ଭୟାବହ ମୁହଁଟିମାନ ଦିଶିଯାଉଥାଏ । କିନ୍ତୁ ରାଜା ବିକ୍ରମାର୍କ ତିଳେ ମଧ୍ୟ ବିଚଳିତ ବୋଧ ନକରି ପୁନର୍ବାର ସେ ପ୍ରାଚୀନ ବୃକ୍ଷଟି ପାଖକୁ ଲେଉଟି ଆସିଲେ ଓ ବୃକ୍ଷାରୋହଣ କରି ଶବଟିକୁ ଉତାରି ଆଣିଲେ ।...

May 1, 2025

ତମ୍ବାପାତ୍ରର ଭୂତ      ସୀତାରାମ ଜଣେ ମଦ୍ୟପ ଥିଲା । ମଦ୍ୟପାନ ପାଇଁ, ସେ ନିଜର ଘର, ଜମିବାଡି ସବୁ କିଛି ବିକିଦେଇଥିଲା । ଉପଯୁକ୍ତ ଚିକିତ୍ସା ଅଭାବରୁ, ତା’ର ପତ୍ନୀ ମୃତ୍ୟୁବରଣ କରିଥିଲା । ଏପରିକି ନିଜର ଏକମାତ୍ର ସନ୍ତାନ ରାଜୁକୁ ମଧ୍ୟ ସେ ପଡୋଶୀ ଚରଣକୁ ବିକିଦେଇଥିଲା । ପ୍ରତିବଦଳରେ ଚରଣ ସୀତାରାମକୁ ପିଇବା ପାଇଁ ପଇସା ଦିଏ ।        ସମୟକ୍ରମେ ସୀତାରାମର ମୃତ୍ୟୁ ଘଟିଲା । ପିତାଙ୍କ ଦାହ-କ୍ରିୟା ସମାପ୍ତ ପରେ ରାଜୁ ଚରଣକୁ ନିଜ ଦୁଃଖ ଜଣାଇ କହିଲା, “ମାଲିକ, ଏତେଦିନ ଧରି ଆପଣ...

ହସ ଏବଂ ଲୁହ

May 2, 2025

ହସ ଏବଂ ଲୁହ        ବାଗଦାଦ୍ ନଗରୀର ଅଦୂରରେ ଗୋଟିଏ ଗ୍ରାମ ଥାଏ । ସେ ଗ୍ରାମର ବିଶିଷ୍ଟ ଲୋକେ ଅପରାହ୍ନରେ ସାଧାରଣତଃ ଗୋଟାଏ ବିରାଟ ଗଛର ଛାଇରେ ବସି ଗପସପ ହେଉଥାନ୍ତି ।        ଦିନେ ସେମାନେ ଗପରେ ମଜ୍ଜି ରହିଛନ୍ତି, କେତେବେଳେ ଯେ ଜଣେ ଅଜଣା ପଥିକ ସେହି ଗଛର ଅନ୍ୟ ପଟରେ ଛାଇରେ ଆସି ବସି ଗଲାଣି, ସେକଥା ସେମାନେ ଜାଣି ନଥାନ୍ତି ।      ଜଣେ ଗ୍ରାମବାସୀ କହୁଥାନ୍ତି, “ଘରଟି ତିଆରି କରିବା ଦିନରୁ ମୋ ସମୁଧି ବେଶ୍ ସୁଖରେ ଅଛନ୍ତି ।”...

ଶାପ ମୁକ୍ତି

May 3, 2025

ଶାପ ମୁକ୍ତି         କୌଣସି ଏକ ଜଙ୍ଗଲରେ ନିର୍ବାସ ନାମକ ଜଣେ ମୁନି ଥିଲେ । ସ୍ୱଭାବତଃ ସେ ବଡ କ୍ରୋଧୀ ଥିଲେ । ଅଳ୍ପ କଥାରେ ରାଗିଗଲେ ଅଭିଶାପ ଦେଇ ବସୁଥିଲେ । ଥରେ ରାଜା ସୁଦୀପ କୌଣସି ଛୋଟ ଏକ ଭୁଲ୍ କଲେ ବୋଲି ମୁନି ରାଗିଯାଇ ତାଙ୍କୁ କହିଲେ, “ତୁମେ ରାକ୍ଷସ ହୋଇଯାଅ ।” ଫଳରେ ସେ ରାଜା ତତ୍କ୍ଷଣାତ୍ ରାକ୍ଷସ ହୋଇଗଲେ ଓ ନିଜ ପ୍ରଜାମାନଙ୍କୁ ହଇରାଣ ହରକତ କଲେ, ଖାଇ ଗୋଡାଇଲେ ।        ଏଣେ ରାଜା ସୁଦୀପଙ୍କର ଅନୁପସ୍ଥିତିରେ ତାଙ୍କୁ...

Share to...