READ ODIA STORY

  • All
  • AMA KUNAKUNI MAGAZINE
  • award
  • CELEBRATION
  • distrubution
  • Hingula Library
  • Inaguration
  • LIBRARY
ସଦାଶୟୀ କୈପାଙ୍ଗ

May 12, 2025

ସଦାଶୟୀ କୈପାଙ୍ଗ        ଗୋଟିଏ ଗାଁରେ ଗରୀବ ଚାଷୀଟିଏ ଥାଏ । ତା’ର ତିନିପୁଅ । ସ୍ତ୍ରୀ ମରିଯାଇଥାଏ । ବଡ ଦୁଇପୁଅ ବୁଦ୍ଧିମାନ, ଚାଷବାସ, ବ୍ୟବସାୟ ଇତ୍ୟାଦି କରି ଧନ ରୋଜଗାର କରନ୍ତି । କିନ୍ତୁ ସାନପୁଅଟିର ସ୍ୱଭାବ ଏକବାରେ ଅନ୍ୟ ରକମ । ସେ ଘରକାମ ନ କରି ଟଙ୍କାପଇସା ରୋଜଗାରରେ ବେଶି ମନ ନ ଦେଇ ପରଉପକାର କରିବାରେ ଅଧିକ ସମୟ ଦିଏ । କାହାର ଛେଳିଟିଏ ହଜିଗଲା, ବାଛୁରୀଟିଏ ବାଟ ଭୁଲିଗଲା, କିମ୍ବା କେଉଁ ପିଲାର ଚିକିତ୍ସା ଦରକାର, କେଉଁ ଉଦ୍ୟାନରେ ଗଛଟିଏ ଶୁଖିଯାଉଛି ବା ପାଣି...

ଚମର ଜୋତା

May 14, 2025

ଚମର ଜୋତା                ଚିତ୍ରଦୁର୍ଗ ଗ୍ରାମରେ ସଦାଶିବ ଓ ମହାଦେବ ନାମକ ଦୁଇଜଣ ବ୍ୟବସାୟୀ ରହୁଥିଲେ । ସେ ଦୁହେଁ ପଡୋଶୀ ଥିଲେ । ସଦାଶିବ ସରଳ ଥିଲେ । ଅଥଚ ମହାଦେବ କୁଟୀଳ ଓ ଅତ୍ୟନ୍ତ ପରଶ୍ରୀକାତର ଥିଲେ । ସଦାଶିବଙ୍କ ସ୍ୱଭାବ ଯୋଗୁଁ ଲୋକେ ତାଙ୍କୁ ଖୁବ୍ ଭଲ ପା’ନ୍ତି ଓ ସମ୍ମାନ ବି ଦିଅନ୍ତି । ଏସବୁ ଦେଖି ମହାଦେବ ଖାଲି ଇର୍ଷ୍ୟାରେ ଜଳିଯାଉଥା’ନ୍ତି ।         ସଦାଶିବଙ୍କ ଝିଅର ବିବାହରେ ଖର୍ଚ୍ଚ ପାଇଁ ଅଳ୍ପ କିଛି ଟଙ୍କା...

ଚୋରି ଆଉ ମିଛ

May 14, 2025

ଚୋରି ଆଉ ମିଛ          ଚୋରଟିଏ ଥିଲା । ସେ ଜଣେ ସଦ୍ଗୁଣସମ୍ପନ୍ନା ସ୍ତ୍ରୀକୁ ବିବାହ କଲା । ଚୋରର ନବାଗତ ସ୍ତ୍ରୀ ଯେତେବେଳେ ଜାଣିଲା, ତା’ର ସ୍ୱାମୀ ଗୋଟିଏ ବୁଢା ଚୋର, ତାକୁ ବହୁତ ଖରାପ ଲାଗିଲା । ସେ ତା’ର ଭାଗ୍ୟକୁ ନିନ୍ଦି ଅନେକ ଧିକ୍କାର କଲା ସିନା ଆଉ ଉପାୟ କିଛି ନଥିଲା ।          ଶେଷରେ ମହିଳା ଜଣକ ସ୍ଥିର କଲା ସ୍ୱାମୀଙ୍କୁ କିଭଳି ଚୋରି ଭଳି କୁପ୍ରବୃତିରୁ ନିବୃତ କରିବ? ଯେତେ ଚେଷ୍ଟା କଲେ ମଧ୍ୟ ସ୍ୱାମୀ ତାର ଚୋରି...

ସଂଚୟର ମହତ୍ୱ

May 15, 2025

ସଂଚୟର ମହତ୍ୱ      ଏକ ଛୋଟ ଗ୍ରାମରେ ଅନନ୍ତର ଜନ୍ମ । ଅଠର ବର୍ଷ ବୟସରେ ବିଦ୍ୟାଳୟ ଶିକ୍ଷା ସମାପ୍ତ କରିବା ବେଳକୁ ତା’ ପିତାଙ୍କର ଦେହାନ୍ତ ଘଟିଲା । ତାକୁହିଁ କ୍ଷେତ ବାଡିର କଥା ବୁଝିବାକୁ ପଡିଲା । ଏଥି ସହିତ ସେ ନିଜ ପାଇଁ ଚାକିରୀଟିଏ ମଧ୍ୟ ଯୋଗାଡ କଲା ।        ଜମିଦାରଙ୍କ ଦୋକାନରେ ଛୋଟ ଚାକିରୀଟିଏ ପାଇ ସେ ଖୁବ୍ ଖୁସି ହେଲା । ଜମିଦାର ଜଗପତି ଜଣେ ସ୍ନେହଶୀଳ ବ୍ୟକ୍ତି । ନିଜର କର୍ମଚାରୀ ମାନଙ୍କର ସୁଖଦୁଃଖ, ଅଭାବ ଅସୁବିଧା ପ୍ରତି ତାଙ୍କର ଖୁବ୍...

ଷଡଯନ୍ତ୍ରର ସୁଫଳ

May 17, 2025

ଷଡଯନ୍ତ୍ରର ସୁଫଳ        ଅମିରୁ ଆଲାମ ସହରର ସୁଲତାନ୍ ଥିଲେ । ତାଙ୍କ ଦରବାରରେ ଦଶଜଣ ଉଜୀର୍ ଥିଲେ । କିନ୍ତୁ ସେମାନେ ସଦାବେଳେ ସୁଲତାନ୍ଙ୍କ ଅଜାଣତରେ ଲୋକଙ୍କ ଉପରେ ଅତ୍ୟାଚାର କରି ଅନେକ ଧନସମ୍ପତ୍ତି ଠକି ଖାଉଥିଲେ । ଅବଶେଷରେ ପଡୋଶୀ ରାଜ୍ୟର ସୁଲତାନ୍ ଯେତେବେଳେ ରାଜ୍ୟ ଆକ୍ରମଣ କଲେ, ସେତେବେଳେ ଏଇ ବିଶ୍ୱାସଘାତକ ଉଜୀରମାନେ ଗୁପ୍ତରେ ପଡୋଶୀ ରାଜ୍ୟକୁ ସାହାଯ୍ୟ କଲେ । ତେଣୁ ଅନାୟାସରେ ପଡୋଶୀ ରାଜ୍ୟର ସୁଲତାନ୍ ଅମିରୁଙ୍କ ଦୁର୍ଗ ଦଖଲ କଲେ । ସେଇ ଗୋଳମାଳ ଭିତରେ ସୁଲତାନ୍ ଅମିରୁ ନିଜର ସ୍ତ୍ରୀ ଓ ଶିଶୁପୁତ୍ରକୁ...

ନୂତନ ଦଣ୍ଡ

May 17, 2025

ନୂତନ ଦଣ୍ଡ          ଚନ୍ଦ୍ରସେନ ନାମକ ଜଣେ ରାଜାଙ୍କ ନିକଟରେ ଭୂଷଣ ନାମକ ବିଦୁଷକ ଥିଲେ । ରାଜାଙ୍କୁ ଖୁସି ରଖିବାରେ ସେ ଅଦ୍ୱିତୀୟ ଥିଲେ । ଦିନେ ରାଜା ତାଙ୍କ ଉପରେ ଖୁସି ହୋଇ କହିଲେ, “ବିଦୁଷକ, ତୁମେ ମୋତେ କିଛି ବର ମାଗ ଯେଉଁଥିରେ କି ମୋର କିଛି କ୍ଷତି ନହେଉ ଓ ତୁମର ବହୁତ ଲାଭ ହେଉ ।”        ରାଜାଙ୍କ ଏଭଳି କଥାରେ ଭୂଷଣ କହିଲେ, “ମହାରାଜ ବିଦୁଷକର ଜୀବନ ଖଣ୍ଡାଧାରରେ ଚାଲିବା ପରି । ତେଣୁ ଆପଣଙ୍କ ବରଦାନ ଠିକ୍ ବିପଦ...

Share to...