- All
- AMA KUNAKUNI MAGAZINE
- award
- CELEBRATION
- distrubution
- Hingula Library
- Inaguration
- LIBRARY
ପର ଭରଷାରେ କାମ ହୁଏ ନାହିଁ ଗୋଟିଏ ବଗ କ୍ଷେତ ଭିତରେ ବସା ବନାଇ ରହି ଥିଲା । ସେହିଠାରେ ବଗଟି ମଧ୍ୟ ନିଜ ଛୁଆଙ୍କୁ ଲାଳନ ପାଳନ କରୁ ଥିଲା । ଯେତେବେଳେ କ୍ଷେତରେ ଧାନ ପାଚିଗଲା ବଗଟି ଚିନ୍ତା କରିବାକୁ ଲାଗିଲା । ବର୍ତ୍ତମାନ କ୍ଷେତରେ ଧାନ କାଟିବା ଚାଲିବ । ସେଥି ପାଇଁ ଏଠାରେ ରହିବା ତଥା ଛୁଆଙ୍କୁ ଲାଳନ ପାଳନ କରିବା ଅସମ୍ଭବ । କିନ୍ତୁ ଛୁଆ ମାନେ ବର୍ତ୍ତମାନ ସୁଦ୍ଧା ଉଡିବାକୁ ଶିଖି ନାହାଁନ୍ତି ସେଥି ପାଇଁ କିଛି ଦିନ ଏହି କ୍ଷେତରେ ରହିବାକୁ...

ଚିରନ୍ତନ ସୁଖ ଯାହାର ଯେଉଁଠି ଜଣେ ତପସ୍ୱୀ ତାଙ୍କ ଶିଷ୍ୟଗଣଙ୍କ ସହିତ ହମାଳୟ ପାଦଦେଶରେ କୁଟୀର ରଚନା କରି ରହୁଥାନ୍ତି । ପ୍ରତ୍ୟହ ଜପ ତପରେ ତାଙ୍କର ଜୀବନ ଭାରି ଶାନ୍ତିରେ କଟି ଯାଉଥାଏ । ଏକଦା ତାଙ୍କର ଶିଷ୍ୟଗଣ ସହିତ ତପସ୍ୱୀ ତୀର୍ଥାଟନରେ ଯାଇ କାଶୀ ଧାମରେ ପହଁଚିଲେ । ହିମାଳୟରୁ ଆସିଥିବା ତପସ୍ୱୀଙ୍କର ଆଗମନର ଖବର କାଶୀ ନରେଶଙ୍କ ପାଖରେ ପହଁଚିଗଲା । ସୁତରାଂ ନରେଶ ତପସ୍ୱୀଙ୍କୁ ଭେଟି ତାଙ୍କର ସେବା କରିବା ନିମନ୍ତେ କିଛିଦିନ ରାଜପ୍ରାସାଦରେ ଅବସ୍ଥାନ କରିବା ପାଇଁ ନିମନ୍ତ୍ରଣ ଜଣାଇଲେ ।...
ବୃକ୍ଷର ଜୀବନ ଗୋଟିଏ ଆମ୍ବ ଗଛରେ ଯଥେଷ୍ଟ ଫଳଫଳି ଲୋଟି ପଡୁଥାଏ । କ୍ରମେ ତାହା ପାଚି ମହମହ ବାସରେ ଚଉଦିଗ ମହକାଇ ଦେଲା । ଏତିକିବେଳେ ପିଲାମାନଙ୍କର ନଜର ପଡିଗଲା ସେହି ଗଛ ଉପରେ । ସେମାନେ ଆମ୍ବଖାଇବାକୁ ମନକଲେ । ହେଲେ କିପରି ତୋଳିବେ? ଛୋଟ ଛୋଟ ପିଲା, ତାଙ୍କର ଗଛ ଉପରକୁ ହାତ ପାଉନଥାଏ ଆମ୍ବ ତୋଳିବା ପାଇଁ । ତହୁଁ ପିଲାମାନେ ମନରେ ଆମ୍ବ ତୋଳିବା ଉପାୟ ପାଂଚିଲେ । ଏକ ସହଜିଆ ଉପାୟଟେ ପାଇଗଲେ । ଏବେ କ’ଣ କଲେନା ରାସ୍ତାକଡରୁ ଟେକା ପଥର...

ସତ୍ୟର ମୂଲ୍ୟ ଗାଁ ମୁଣ୍ଡରେ ଚାଳି ଘରଟିଏ, ସେଠାରେ ରହୁଥାଏ ଗୋଟିଏ ବୁଢୀ । ତା’ର ସ୍ୱଭାବ ଗାଁ ଲୋକଙ୍କ ଠାରୁ ନିଆରା । ବୁଢୀ ତା’ ଜୀବନରେ କେବେ ମିଛ କହିନାହିଁ କି କାହାର ଅମଙ୍ଗଳ ଚିନ୍ତା କରିନାହିଁ । ଲୋଭରେ ସେ କାହାର କୁଟା ଖଣ୍ଡିଏ ଉଠାଇ ନେବା କେବେ କିଏ ଦେଖିନାହାନ୍ତି । ଧର୍ମ ଓ ଈଶ୍ୱରବିଶ୍ୱାସୀ ଏହି ବୁଢୀକୁ ଗାଁଟିଯାକର ପିଲାଠୁ ବୁଢା ଯାଏଁ ସମସ୍ତେ ଭଲପାଆନ୍ତି । ଦିନକର ଘଟଣା । ରାତିଟା ସାରା ଝିପିଝିପି ବର୍ଷା ଲାଗି ରହିଥାଏ । ହଠାତ୍...